Wednesday, April 1, 2026
25.1 C
Odisha

    ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି

    ଆଗକୁ ପଢନ୍ତୁ

    ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି। ସେ କହିଛନ୍ତି, ଓଡ଼ିଶାକୁ ଭାଗ ଭାଗ କରିବା କଣ ଓଡ଼ିଆ ଅସ୍ମିତା। ଓଡ଼ିଶାକୁ ଭାଗ ଭାଗ କଲା ଭଳି ପ୍ରତିକ୍ରିୟା ସେ ଦେଉଛନ୍ତି। ଆଜି କୋଶଲ କଥା କହୁଛନ୍ତି କାଲି ଦକ୍ଷିଣାଞ୍ଚଳ କଥା ଉଠିବ ତାପରେ ଉତ୍ତରାଞ୍ଚଳ କଥା ଉଠିବ। ତାହେଲେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ? ଜୟ ଦାଦା ଟିକେ ଅସନ୍ତୁଷ୍ଟ ଅଛନ୍ତି । ତାଙ୍କ ସହିତ ଆଲୋଚନା କରି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦିଅନ୍ତୁ, ସିଏ ଆଉ ଏଇଭଳି ମନ୍ତବ୍ୟ ଦେବେ ନାହିଁ। ତାଙ୍କ ଦଳରେ ପାଣ୍ଡିଆନ କଥା ପ୍ରଥମେ ଉଠେଇବା ଲୋକ ସିଏ, ତାଙ୍କୁ ଅଣଦେଖା କରାଯାଉଛି ।

    ସୂଚନାଯୋଗ୍ୟ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଣି ଥରେ ବିବାଦୀୟ ବୟାନ ରଖିଛନ୍ତି। ‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରିବାକୁ ଯାଇ ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍ ଥିଲା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦେଶରେ କେବଳ ଜାତୀୟ ସଙ୍ଗୀତ ଗାନ ହୋଇପାରିବ। ଏହା ସତ୍ତ୍ବେ ପ୍ରଶାସନ ପକ୍ଷରୁ ସରକାରୀ କାର୍ଯ୍ୟକ୍ରମରେ କାହିଁକି ‘ବନ୍ଦେ ଉତ୍କଳ ଜନନୀ’ ବଜାଯାଉଛି, ମୁଁ ବୁଝିପାରୁନାହିଁ। ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ପାଇଁ ଆମେ ଆନ୍ଦୋଳନ କରିଥିଲୁ। ଓଡ଼ିଶା ଗଠନରେ ଆମ ଅଞ୍ଚଳର ବେଶ ଯୋଗଦାନ ରହିଛି। ବାଲେଶ୍ବର ଆଦି ଅଞ୍ଚଳକୁ ନେଇ ଉତ୍କଳ। ଉତ୍କଳ, କୋଶଳ ଓ କଳିଙ୍ଗ ମିଶି ଓଡ଼ିଶା ରାଜ୍ୟ ଗଠନ ହୋଇଛି। ହେଲେ, ସଙ୍ଗୀତରେ କେବଳ ଉତ୍କଳର କାହିଁକି ଜୟଗାନ ହେବ? କୋଶଳ ଓ କଳିଙ୍ଗର କାହିଁକି ଜୟଗାନ ହେବ ନାହିଁ? ଏ କି ପ୍ରକାରର ମାନସିକତା? ଆମର ଅର୍ଥ, ଖଣି, ଜଙ୍ଗଲ ସଂପଦକୁ ଲୁଟି ଚାଲିଛ। ଶୋଷଣ କରୁଛ। ଶେଷରେ ସାଂସ୍କୃତିକ ଭାବେ ବି ଶୋଷଣ କରିବ। ଏହା ଆଦୌ ବରଦାସ୍ତଯୋଗ୍ୟ ନୁହେଁ। ଓଡ଼ିଶାରେ ମିଶିବା ଆମର ଭୁଲ ଥିଲା। ଏକ ଐତିହାସିକ ଭୁଲ ଥିଲା ବୋଲି ଜୟନାରାୟଣ କହିଛନ୍ତି।  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    37 %
    1kmh
    14 %
    Wed
    39 °
    Thu
    40 °
    Fri
    40 °
    Sat
    40 °
    Sun
    38 °

    ସମ୍ବନ୍ଧିତ