Monday, October 12, 2026
23 C
Odisha

    ଅନନ୍ତ ଦାସଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ଜଳେଶ୍ୱର: ଭୋଗରାଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଅନନ୍ତ ଦାସଙ୍କ ବିୟୋଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି କି ଶ୍ରୀ ଦାସଙ୍କ ବିୟୋଗ ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହତ କରିଛି।
    ସ୍ବର୍ଗତ ଅନନ୍ତ ଦାସଙ୍କ ବିୟୋଗ ବାଲେଶ୍ଵରରେ କାହିଁକି ରାଜନୈତିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏହି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରଙ୍କୁ ଶକ୍ତି ଓ ସାହସ ପ୍ରଦାନ କରିବା କରିବା ପାଇଁ ପ୍ରାର୍ଥନା କରିଛନ୍ତି ପିସିସି ସଭାପତି ଶ୍ରୀ ଦାସ ।

    ଆଜି ଭୋର ୪ ଟା ବେଳେ ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ ହୋଇଯାଇଛି ବୋଲି ପୁତ୍ର ଅଭିଜିତ ଦାସ ସୂଚନା ଦେଇଛନ୍ତି।। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଅନନ୍ତ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ହୋଇଛି।

    ୧୯୪୦ ମସିହା ଅଗଷ୍ଟ ୨୮ ତାରିଖରେ ଭୋଗରାଇ ବ୍ଲକ ବାଲିମ ପଞ୍ଚାୟତର କୁରୁଠିଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଅନନ୍ତ ଏମଏ ଏଲଏଲବି  ପାସ୍ କରିବା ପରେ ସରକାରୀ ଚାକିରୀ ପାଇଥିଲେ। ଚାକିରି ଜୀବନରେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଚାକିରିରୁ ଅବସର ନେବା ପରେ ସେ ଭୋଗରାଇ ବିକାଶ ପରିଷଦ ଗଠନ କରି ଭୋଗରାଇର ବିକାଶ ପାଇଁ ଅଣ୍ଟା ଭିଡ଼ି ଥିଲେ। ପରେ ଏନସିପିରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ୨୦୦୪ ନିର୍ବାଚନରେ ସେ ବିଜେଡି ଟିକଟରୁ ଲଢି ଭୋଗରାଇର ବିଧାୟକ ଭାବେ ବିଜୟୀ ହୋଇଥିଲେ। ୨୦୦୪ ରୁ ୨୦୧୯ ଯାଏଁ କ୍ରମାଗତ ଭାବେ ସେ ୪/୪ ଟି ନିର୍ବାଚନରେ ଭୋଗରାଇରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ଶିଳ୍ପମନ୍ତ୍ରୀ,ଉଚ୍ଚ ଶିକ୍ଷା ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ, ବାଲେଶ୍ଵର  ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ପରି ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ମଧ୍ୟ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି। ଭୋଗରାଇର ସାମଗ୍ରିକ ବିକାଶରେ ତାଙ୍କର ଯୋଗଦାନ ଅତୁଳନୀୟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    78 %
    1.3kmh
    0 %
    Mon
    23 °
    Tue
    30 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ