Sunday, March 22, 2026
20.3 C
Odisha

    ଝିଅକୁ ସ୍କୁଲରେ ଛାଡ଼ିକି ଆସିଲା ବେଳେ ସହଦେବଙ୍କୁ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରସୁଲଗଡ ହତ୍ୟାକାଣ୍ଡ ଘଟଣାର ସାମ୍ନାକୁ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ହତ୍ୟାକାଣ୍ଡ ଘଟଣା କଏଦ ହୋଇଛି। ଅଭିଯୁକ୍ତମାନେ କେମିତି ହତ୍ୟା କରି ବାଇକରେ ଚମ୍ପଟ ମାରୁଛନ୍ତି ତାହା ରେକର୍ଡ ହୋଇଛି। ଦୁଇ ଜଣ ଅଭିଯୁକ୍ତ ବାଇକରେ ଆସି ଘଟଣାସ୍ଥଳରେ ପହଞ୍ଚି ଥିଲେ। ବ୍ୟାଗରୁ ଏକ ଖଣ୍ଡା ବାହାର କରି ସହଦେବ ନାୟକଙ୍କୁ ଆକ୍ରମଣ କରିଥିଲେ। ପରେ ପୁଣି ବାଇକରେ ବସି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଏବେ ତନାଘନା ଜାରି ରଖିଛି।

    ରାଜଧାନୀ ଭୁବନେଶ୍ବରର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା, ଯାହା ପୂରା ସହରକୁ ଦୋହଲାଇଦେଇଥିଲା। ରସୁଲଗଡ଼ରୁ ବାଣୀବିହାର ବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ ରାସ୍ତାରେ ପଡ଼ିଥିଲା। ରାସ୍ତାରେ ଯାଉଥିବା ଲୋକ ଦେଖି ଭୟଭୀତ ହୋଇଯାଉଥିଲେ। ଦୁର୍ବୃତ୍ତମାନେ ବାଇକରେ ଗୋଡେଇ ଗୋଡେଇ ସହଦେବଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ରସୁଲଗଡ଼ରୁ ବାଣୀବିହାର ମୁଖ୍ୟରାସ୍ତାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସେ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ଆଜି ସକାଳୁ ଝିଅକୁ ସ୍କୁଲରେ ଛାଡ଼ି ସ୍କୁଟରରେ ଫେରିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ। କେଦାରପଲ୍ଲୀର ସହଦେବ ପୁଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ।

    ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ତାଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦିକାନ୍ଦି ଅଭିଯୋଗ କରିଛନ୍ତି । ନିଜ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି/ପାଞ୍ଚ ଜଣ ମିଶିକି ହତ୍ୟା କରିଥିବା ସଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସ୍ବାମୀ ସକାଳୁ ଝିଅକୁ ସ୍କୁଲ ଛାଡିବାକୁ ବାହାରିଥିଲେ। ସ୍କୁଲରେ ଝିଅକୁ ଛାଡି ଫେରିବା ବାଟରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ