Thursday, October 1, 2026
24.6 C
Odisha

    ଟାଟା ପାୱାର ଗ୍ରାହକଙ୍କୁ ପ୍ରୋତ୍ସାହନ ପୁରସ୍କାର

    ଆଗକୁ ପଢନ୍ତୁ

    ଆଠଗଡ଼: ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର(ଟିପିସିଓଡିଏଲ) ଆଠଗଡ଼ ଡିଭିଜନ ପକ୍ଷରୁ ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅଭିନବ ଯୋଜନା କରାଯାଇଛି। ସଠିକ୍ ସମୟରେ ବିଦ୍ୟୁତ ଦେୟ ପୈଠ କରିବା, କୌଣସି ବକେୟା ନ ରଖିବା ଏବଂ ଡିଜିଟାଲ ମୋଡ୍‌ରେ ଦେୟ ପୈଠ କରିବା ନେଇ ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ସେହିଭଳି ଗ୍ରାହକଙ୍କୁ କମ୍ପ୍ୟୁଟର ମାଧ୍ୟମରେ ଲଟେରୀ କରାଯାଇ ମନୋନୀତ କରିବା ପରେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି। ଗୁରୁବାର ଏହିପରି ଲଟେରୀ ମାଧ୍ୟମରେ ମନୋନୀତ ୧୬ ଜଣ ଗ୍ରାହକଙ୍କୁ ପୁରସ୍କୃତ କରାଯାଇଛି। ସଂପୃକ୍ତ ୧୬ ଜଣ ଭାଗ୍ୟଶାଳୀ ବିଜେତା ବିଦ୍ୟୁତ ଗ୍ରାହକଙ୍କୁ ଗୋଟିଏ ଲେଖାଁଏ ସ୍ମାର୍ଟ ଫୋନ ଓ ଗୋଟିଏ ଉନ୍ନତ ରୋଷେଇ ବାସନ ସେଟ୍ ପ୍ରଦାନ କରାଯାଇଛି।ଆଠଗଡ଼ ଡିଭିଜନ ଗ୍ରାହକ ସେବା କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ପବିତ୍ର ମୋହନ ସାହୁ, ଗ୍ରାହକ ସେବା ଅଧିକାରୀ ଆଶିଷ ଶର୍ମା ଓ ଡିଭିଜନର ଅନ୍ୟ ଅଧିକାରୀ ଉପସ୍ଥିତ ରହି ସଂପୃକ୍ତ ଗ୍ରାହକଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଯୋଜନାର ସୁଫଳ ପାଇବା ଲାଗି ଗ୍ରାହକଙ୍କ ମଧ୍ୟରେ ଦିନକୁ ଦିନ ଆଗ୍ରହ ବଢୁଥିବା ଦେଖାଯାଉଛି ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ ସାହୁ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.6 ° C
    24.6 °
    24.6 °
    83 %
    1.4kmh
    22 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ