Sunday, August 23, 2026
23.8 C
Odisha

    ଟାୟାର ଫାଟି ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଚାଳକ

    ଆଗକୁ ପଢନ୍ତୁ

    ଯାଜପୁର ରୋଡ଼ : ପାଣିକୋଇଲି ଓଭରବ୍ରିଜ ଉପରେ ଟାୟାର ଫାଟି ଜଳିଗଲା ହାଇୱା । ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲେ ଚାଳକ। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି ।

    ଆଜି ଏକ ମୋରମ ବୋଝେଇ ହାଇୱା ଚଣ୍ଡିଖୋଲରୁ ଭଦ୍ରକ ଜିଲ୍ଲା ଅଭିମୁଖେ ଯାଉଥିଲା । ହଠାତ ପାଣିକୋଇଲି ଓଭରବ୍ରିଜ ଉପରେ ଗାଡ଼ିର ଟାୟାର ଫାଟି ଯାଇଥିଲା ।  ଫଳରେ ଗାଡିଟି ହଠାତ ଜଳିବାକୁ ଲାଗିଥିଲା ।  ଗାଡ଼ିରେ ନିଆଁ ଲାଗିଥିବାକୁ ଦେଖି ଚାଳକ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକ ଯାଜପୁର ରୋଡ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଞ୍ଚି ଦୀର୍ଘ ସମୟ ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ l କିଛି ସମୟ ପାଇଁ ଓଭରବ୍ରିଜ ଉପରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଥିଲା । ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    95 %
    0.6kmh
    90 %
    Sun
    28 °
    Mon
    29 °
    Tue
    27 °
    Wed
    24 °
    Thu
    29 °

    ସମ୍ବନ୍ଧିତ