Saturday, March 15, 2025
36.5 C
Odisha

ଟାୱାର ଚୋରି ଘଟଣା, ଘର ମାଲିକ ସମେତ ୫ ଜଣଙ୍କୁ ଅଟକ ରଖିଛି ପୋଲିସ

ଆଗକୁ ପଢନ୍ତୁ

ପ୍ରତିଦିନ ଚୋରି ଖବର ତ ଆପଣମାନେ ଶୁଣୁଛନ୍ତି । କିନ୍ତୁ କେବେ ଟାୱାର ଚୋରି ହେବା ଖବର ବିଷୟରେ ଶୁଣିଛନ୍ତି କି ? ଯଦି ଏଭଳି ଖବର ଶୁଣି ନାହାନ୍ତି ତେବେ ଏମିତି ଏକ ଖବର ବିଷୟରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ନିଜ ଘରେ ମୋବାଇଲ ଟାୱାର ବସାଇ ପୁଣି ସେ ଟାୱାରକୁ ଚୋରି କରିବା ଅଭିଯୋଗରେ ଘର ମାଲିକ ସମେତ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଏଭଳି ଅଭିନବ ଲୁଟ ଘଟଣାରେ ବାରିପଦା ଟାଉନ ଥାନା ପୋଲିସ ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଛି ।

ଅଟକ ଅଭିଯୁକ୍ତମାନେ ହେଲେ ବାରିପଦା ପାଲବଣୀ ଅଞ୍ଚଳର ଜମି ମାଲିକ ଗୀତାରାଣୀ ପଣ୍ଡା, ତୁଲସୀଚୌରା ଅଞ୍ଚଳର ଫିରୋଜ ଖାଁ , ବୈଶିଙ୍ଗା ଥାନା ଅଧିନ ଗୋବିନ୍ଦପୁର ଗାଁର ସେକ୍‌‍ ଜେଫିଉଦ୍ଦିନ୍‌‍ ଓ ସେକ୍‌‍ ସଫିରୁଦ୍ଦିନ୍‌‍ ଏବଂ ବାଲେଶ୍ଵର ସଦର ଥାନା ଅଧିନ ଜାନକୀ ଗାଁର ଅବଦୁଲ ସତ୍ତାର । ବାରିପଦା ସହର ପାଲବଣୀ ଅଞ୍ଚଳରେ ଗୀତାରାଣୀ ପଣ୍ଡାଙ୍କ ଜମିରେ ଜିକେଏଲ୍‌‍ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍‌‍ ପକ୍ଷରୁ ଏକ ମୋବାଇଲ ଟାୱାର ଦୀର୍ଘ ଦିନରୁ ବସା ଯାଇଥିଲା । ତେବେ ଏହି ଟାୱାରକୁ କେହି ଖୋଲି ନେଉଥିବା ଖବର ପାଇ କମ୍ପାନୀ ପକ୍ଷରୁ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଟାୱାରର ଯନ୍ତ୍ରାଂସକୁ ଜବତ‍ କରିବା ସହ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।

ଟଙ୍କା ସୁନା ଲୁଟ ପରେ ଏବେ ଟାୱାର ଚୋରି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଟାୱାରରେ ଲାଗିଥିବା ଯନ୍ତ୍ରାଂଶକୁ ବିକିବା ଉଦ୍ଦେଶ୍ୟରେ ଚୋରମାନେ ଏମିତି କାମ କରୁଛନ୍ତି । ତେବେ ଏ ଘଟଣାକୁ ଗୁରତର ସହ ନେଇ ଅଭିଯୁକ୍ତଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ହିଁ ଅନ୍ୟ ଚୋରମାନେ ଚୋରି କରିବା ଭଳି ଅପରାଧରୁ ଦୂରେଇ ରହିବେ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
36.5 ° C
36.5 °
36.5 °
15 %
1.5kmh
5 %
Sat
40 °
Sun
41 °
Mon
41 °
Tue
41 °
Wed
41 °

ସମ୍ବନ୍ଧିତ