ସୁନ୍ଦରଗଡ଼ : ଟିଫିନ ଖାଇ ସୁନ୍ଦରଗଡ଼ ସଦର ବ୍ଲକ ଲହଣ୍ଡାବୁଡ଼ ପଞ୍ଚାୟତ ସଲଙ୍ଗାବୁଡ଼ ହାଇସ୍କୁଲର ୨୫ ଛାତ୍ରଛାତ୍ରୀ ଅସୁସ୍ଥ । ବୁଧବାର ସ୍କୁଲରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଛାତ୍ର ଛାତ୍ରୀମାନଙ୍କୁ ବରା, ସିଙ୍ଗଡା ଓ ଆଲୁଚପ ଖାଇବାକୁ ଦିଆଯାଇଥିଲା । ଏହାକୁ ଖାଇ କିଛି ଛାତ୍ର ଛାତ୍ରୀଙ୍କ ଝାଡା ଓ ବାନ୍ତି ହେବାରୁ ସ୍କୁଲ କର୍ତ୍ତପକ୍ଷ ସେମାନଙ୍କୁ ମଝାପଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ୮ ଜଣ ଗୁରୁତର ହେବାରୁ ସେମାନଙ୍କୁ ସୁନ୍ଦରଗଡ଼ ଏନଟିପିସି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମସ୍ତଙ୍କ ଅବସ୍ଥା ସୁଧାରୁଥିବା ଜିଲ୍ଳାପାଳ କହିଛନ୍ତି ।
