Friday, October 2, 2026
22.2 C
Odisha

    ଟିଭି ଅଭିନେତା ଯୋଗେଶ ମହାଜନଙ୍କର ଅକାଳ ବିୟୋଗ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଟେଲିଭିଜନ ଅଭିନେତା ଯୋଗେଶ ମହାଜନଙ୍କର ଜାନୁଆରି ୧୯ ତାରିଖରେ ଅକାଳ ବିୟୋଗ ‌ହୋଇଛି। ସେ ତାଙ୍କ ଉମରଗାଓଁ ଫ୍ଲାଟରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି।ସେ ଶିବ ଶକ୍ତି: ତପ, ତ୍ୟାଗ, ତାଣ୍ଡବ ଧାରାବାହିକରେ ଅଭିନୟ କରୁଥିଲେ। ଅଭିନେତା ସେଟରେ ନପହଞ୍ଚିବାରୁ କ୍ରୁ ସଦସ୍ୟଙ୍କ ଚିନ୍ତା ବଢ଼ି ଯାଇଥିଲା। ସେମ‌ା‌ନେ ତାଙ୍କ ଫ୍ଲାଟରେ ଯାଇ ଦେଖିବା ବେଳକୁ ଯୋଗେଶ ଅଚେତ ଅବସ୍ଥାରେ ମିଳିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି।

    ସେ ହିନ୍ଦି ଟିଭି ସିରିଏଲ ଓ ମରାଠି ଫିଲ୍ମରେ ଅଭିନୟ କରିଛନ୍ତି। ଅଭିନେତାଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ଜଣାପଡିଛି । ଯୋଗେଶଙ୍କର ଏପରି ଅକସ୍ମାତ ମୃତ୍ୟୁରେ ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି।

    ସୂଚନା ମୁତାବକ, ଯେଉଁଦିନ ତାଙ୍କର ସୁଟିଂ ଥିଲା ସେ ସେଟରେ ଠିକ ସମୟରେ ପହଞ୍ଚିନଥିଲେ । ସୁଟିଙ୍ଗ କ୍ରୁ ମେମ୍ବର୍ସ ତାଙ୍କର ଫ୍ଲାଟକୁ ତାଙ୍କୁ ଡାକିବାକୁ ଯାଇଥିଲେ । ହେଲେ କବାଟ ଖୋଲିନଥିଲେ ଯୋଗେଶ । ଫଳରେ କବାଟ ଭାଙ୍ଗିବାକୁ ବାଧ୍ୟ ହାଇଥିଲେ କ୍ରୁ ମେମ୍ବର୍ସ । ସେ ତାଙ୍କ ପ୍ଲାଟ ଚଟାଣରେ ପଡିଥିଲେ  । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ଡାକ୍ତର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ