Monday, June 8, 2026
34 C
Odisha

    ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ସ୍ପିନ୍ ଷ୍ଟାର, ଡେବ୍ୟୁ ଟେଷ୍ଟ ମ୍ୟାଚରେ କମାଲ୍ କଲେ ମାନବ ସୁଥାର

    ଆଗକୁ ପଢନ୍ତୁ

    ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଛନ୍ତି ମାନବ ସୁଥାର । ଡେବ୍ୟୁ ମ୍ୟାଚରେ କମାଲ୍ କରିଛନ୍ତି ମାନବ । ପ୍ରଥମ ଟେଷ୍ଟ ମ୍ୟାରେ ୫ଟି ୱିକେଟ ନେଇ ରେକର୍ଡ କରିଛନ୍ତି । ଏଯାଏଁ ଏଭଳି ରେକର୍ଡ କେବଳ ଭାରତର ୧୦ ଜଣ ଖେଳାଳି କରିଛନ୍ତି ।

    ୨୩ ବର୍ଷୀୟ ମାନବ ସୁଥାର ଆଫଗାନିସ୍ତାନ ବିପକ୍ଷ ଟେଷ୍ଟରେ ପ୍ରଥମ ଇନିଂସରେ ୩୩ ରନ ଦେଇ ୬ ୱିକେଟ ନେଇଥିଲେ । ଏହାପରେ ଆଫଗାନିସ୍ତାନ ଫଲୋ ଅନ୍ ଏଡାଇବାକୁ ବ୍ୟାଟିଂ କରୁଥିବା ବେଳେ ମାନବ ସୁଥାର ୨୨ ରନ ଦେଇ ୬ ୱିକେଟ ନେଇଥିଲେ । ଏହି ମ୍ୟାଚରେ ୧୦ ଓଭର ମେଡନ ପକାଇଛନ୍ତି ମାନବ ।

    ମାନବ କହିଛନ୍ତି ଯେ, ସେ ଠିକ୍ ସ୍ଥାନରେ ବୋଲିଂ କରିବାକୁ ଫୋକସ୍ କରିଥିଲେ । ସରଫେସ୍ ଏବଂ ପିଚରୁ ଅନେକ ଫାଇଦା ମିଳିଥିଲା । ତାଙ୍କ ପାଖରେ ବଲକୁ ଟର୍ଣ୍ଣ କରିବାର କ୍ଷମତା ରହିଛି । ଯାହା ସେ କରିପାରିଥିଲେ ।
    ସେ ଆହୁରି କହିଛନ୍ତି, ଭାରତୀୟ ଦଳରେ ଖେଳିବା ତାଙ୍କର ସ୍ୱପ୍ନ ଥିଲା । ଅନେକ ଦିନ ଧରି ସେ ଘରୋଇ ମ୍ୟାଚ୍ ଖେଳିଛନ୍ତି । ସେ ପୂର୍ବରୁ ଆଇପିଏଲରେ ମାତ୍ର ୫ଟି ମ୍ୟାଚ୍ ଖେଳିଛନ୍ତି । ଏହାମଧ୍ୟରୁ ୪ଟି ମ୍ୟାଚ୍ ଗତ ସିଜିନରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳିଥିଲେ । ୨୦୨୪ରେ ସେ ଗୁଜୁରାଟ ଟାଇଟନ୍ସରେ ଯୋଗ ଦେଇଥିଲେ ।

    ମୁଲ୍ଲାନପୁରରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ ମ୍ୟାଚ ସିରିଜକୁ ଜିତିନେଇଛି ଭାରତ । ଆଫଗାନିସ୍ତାନକୁ ପ୍ରଥମ ଇନିଂସ ଏବଂ ୩୦୦ ରନରେ ହରାଇଲା ଟିମ୍ ଇଣ୍ଡିଆ । ଫଲୋଅନ୍‌ ପରେ ଇନିଂସ ପରାଜୟ ଏଡ଼ାଇ ପାରିଲାନି ଆଫଗାନିସ୍ତାନ ।  ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ରନରେ ଜିତି ଇତିହାସ ରଚିଲା ଟିମ୍ ଇଣ୍ଡିଆ ।  ଟେଷ୍ଟ ମ୍ୟାଚ ୩ୟ ଦିନରେ ଶେଷ ହୋଇଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    34 ° C
    34 °
    34 °
    38 %
    1.8kmh
    99 %
    Mon
    34 °
    Tue
    42 °
    Wed
    42 °
    Thu
    41 °
    Fri
    39 °

    ସମ୍ବନ୍ଧିତ