ଟି-୨୦ ବିଶ୍ବକପ ପୂର୍ବରୁ ଇଶାନ କିଶନଙ୍କ ବଡ଼ କମାଲ । ଆଇସିସି ରାଙ୍କିଂରେ ଉପରକୁ ଉଠିଲେ ଇଶାନ । ସିଧା ୩୨ ଜଣ ଖେଳାଳିଙ୍କୁ ପଛରେ ପକାଇଛନ୍ତି ଏହି ବାମହାତୀ ବ୍ୟାଟ୍ସମ୍ୟାନ ଇଶାନ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦୀର୍ଘଦିନ ପରେ ଦଳକୁ ଫେରିଥିଲେ । ଏହି ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ । ଇଶାନ କିଶନ ନ୍ୟୁଜିଲାଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ସିରିଜରେ ୪ଟି ମ୍ୟାଚ୍ ଖେଳିଥିଲେ । ୪ଟି ମ୍ୟାଚରେ ଯଥାକ୍ରମେ ଗୋଟେ ମ୍ୟାରେ ୮, ୭୬, ୨୮, ୧୦୩ ରନ୍ କରିଥିଲେ ।
ଅଭିଷେକ ଶର୍ମା ଏବେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବ ଦମଦାର ପ୍ରଦର୍ଶନ କରିଥିଲେ । ସେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ପୂର୍ବରୁ ସପ୍ତମ ସ୍ଥାନରେ ରହିଥିଲେ । ମାତ୍ର ଏବେ ସେ ଷଷ୍ଠ ସ୍ଥାନକୁ ଉଠିଛନ୍ତି । ସେପଟେ ଶିଭମ ଦୁବେ ୧୭ ଜଣଙ୍କୁ ପଛରେ ପକାଇ ଏବେ ୪୧ ନମ୍ବରରେ ରହିଛନ୍ତି । ସଞ୍ଜୁ ସମାସନ ସମ୍ପୂର୍ଣ୍ଣ ସିରିଜରେ ଫ୍ଲପ ହୋଇଥିବା ଏହି ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଏବେ ୫୬ ନମ୍ବର ସ୍ଥାନକୁ ଖସି ଯାଇଛନ୍ତି ।
ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବେ ଶୀର୍ଷ ସ୍ଥାନରେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ରହିଥିବା ପାକିସ୍ତାନୀ ସ୍ପିନର ଅବରାର ଅହମ୍ମଦଙ୍କ ଠାରୁ ୨୮ ପଏଣ୍ଟ ଅଧିକ ରହିଛନ୍ତି ।

