Saturday, May 9, 2026
35 C
Odisha

    ଖେଲୋ ଇଣ୍ଡିଆ ଅସ୍ମିତା ମହିଳା ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ, ବିଜୟୀ ଚାମ୍ପିଅନଙ୍କୁ ମିଳିଲା ପୁରଷ୍କାର

    ଆଗକୁ ପଢନ୍ତୁ

    ଖେଲୋ ଇଣ୍ଡିଆ ଅସ୍ମିତା ମହିଳା ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ–୨୦୨୬ର ଶେଷ ଦିନଟି ବହୁତ ରୋମାଞ୍ଚକ ଓ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚ୍‌ରେ Club The Entertainer ଓ GGHS ମଧ୍ୟରେ କଟକଣା ପ୍ରତିସ୍ପର୍ଧା ଦେଖିବାକୁ ମିଳିଥିଲା । ଶେଷରେ Club The Entertainer ୩୬-୨୦ ରେ ଜିତି ତୃତୀୟ ସ୍ଥାନ ଅଧିକାର କରିଥିଲା ।

    ଅନ୍ତିମ ମ୍ୟାଚରେ Bhubaneswar Athletic Association ଓ ଆୟୋଜକ ଦଳ Khurda District Basketball Association ମଧ୍ୟରେ ଭୟଙ୍କର ପ୍ରତିସ୍ପର୍ଧା ହୋଇଥିଲା । ଦୁଇଟି ଦଳ ଶ୍ରେଷ୍ଠ ଖେଳ ଦେଖାଇଥିଲେ ମଧ୍ୟ Bhubaneswar Athletic Association ୪୮-୩୦ ରେ ବିଜୟୀ ହୋଇ ଚ୍ୟାମ୍ପିଅନ୍ ହେଇଥିଲା ।

    ଏହି ଅବସରରେ ମୁଖ୍ୟ ଅତିଥି ଭାବେ Surama Padhy, ଓଡିଶା ବିଧାନସଭାର ସ୍ପିକର ଉପସ୍ଥିତ ଥିଲେ ଓ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସେଥିପାଇଁ ଉପସ୍ଥିତ ଥିଲେ ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନ୍‌ର ସଚିବ Sourjya Ranjan Parija, ଆନ୍ତର୍ଜାତୀୟ ବାସ୍କେଟବଲ୍ ଖେଳାଳି Sitamani Tudu, ଓଡିଶା ବାସ୍କେଟବଲ୍ ଆସୋସିଏସନ୍‌ର ସଚିବ Ashok Sahu ଓ ଅଧ୍ୟକ୍ଷ Gyanaranjan Parida। ଏହା ସହିତ ଆୟୋଜକ Prasanta Kumar Nayak ଓ RP Pani ମଧ୍ୟ ଉପସ୍ଥିତ ଥିଲେ।

    ବିଜେତା ଓ ଅନ୍ୟ ଦଳମାନଙ୍କୁ ଟ୍ରଫି ସହିତ କ୍ୟାଶ ପୁରସ୍କାର ଭାବେ କ୍ରମଶଃ ୫୦୦୦, ୩୦୦୦ ଓ ୨୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଭାରତ ସରକାରଙ୍କ ପକ୍ଷରୁ ମହିଳା ସଶକ୍ତିକରଣ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ। ଭବିଷ୍ୟତରେ ଏପରି ଅଧିକ ପ୍ରତିଯୋଗିତା ଆୟୋଜନ ହେଉ ବୋଲି ସମସ୍ତଙ୍କର ଆଶା ଓ ଅନୁରୋଧ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35 ° C
    35 °
    35 °
    29 %
    1.8kmh
    2 %
    Sat
    38 °
    Sun
    38 °
    Mon
    38 °
    Tue
    39 °
    Wed
    40 °

    ସମ୍ବନ୍ଧିତ