Monday, April 13, 2026
33 C
Odisha

    ଟେଣ୍ଡର ଫିକ୍ସିଂରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା ବିଜେଡି

    ଆଗକୁ ପଢନ୍ତୁ

    ଟେଣ୍ଡେର ଫିକ୍ସିଂରେ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଘଟଣାକୁ ନେଇ ଘନେଇବାରେ ଲାଗିଛି ରାଜନୀତି। ଘଟଣାର ପରିସରକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଟାଣିଲା ନବରଙ୍ଗପୁର ବିଜେଡି । ଟେଣ୍ଡର ଫିକ୍ସିଂରେ ଗଣଶିକ୍ଷା ମନ୍ତ୍ରୀ ସାମିଲ ଥିବା ଅଭିଯୋଗ କରିବା ସହ ସିବିଆଇ ତାଙ୍କୁ ମଧ୍ୟ ଜେରା କରୁ ବୋଲି ନବରଙ୍ଗପୁରରେ ସମ୍ବାଦିକ ସମ୍ମିଳନୀ କରି ବିଜେଡି ଦାବି କରିଛି। ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ଟେଣ୍ଡେର ଫିକ୍ସିଂରେ ସିବିଆଇ ସମନ କରିବା ପରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ। ସରକାରୀ ନିୟମ ଅନୁଯାୟୀ ୨୦ କୋଟିରୁ ଅଧିକ ଟଙ୍କାର ଟେଣ୍ଡେର ପାଇଁ କ୍ୟାବିନେଟରେ ମଞ୍ଜୁରର ଆବଶ୍ୟକ। ୩୮୭ରୁ ଅଧିକ କୋଟି ମୂଲ୍ୟ ଟଙ୍କାର ଟେଣ୍ଡେର ହୋଇଥିବା ବେଳେ ଏହା ନିଶ୍ଚିତ କ୍ୟାବିନେଟର ମଞ୍ଜୁର ଲାଭ କରିଥିବ। ଏହା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜାଣିଥିବେ। ଯଦି ସେ ଜାଣିବା ପରେ ଏହି ଟେଣ୍ଡର ହୋଇଛି ତେବେ ଏଥିରେ ତାଙ୍କର ବି ସମ୍ପୃକ୍ତି ରହିଛି ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    17 %
    1.6kmh
    0 %
    Mon
    36 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ