Thursday, August 20, 2026
22.9 C
Odisha

    ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା

    ଆଗକୁ ପଢନ୍ତୁ

    ବଲାଙ୍ଗୀର  : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ ପାଲି ଦେଇ ବଲାଙ୍ଗୀରକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଲିମ୍ବ ଗଛକୁ ପିଟିଦେଇଥିଲା । ଯାହା ଫଳରେ ହାଇୱା ଗାଡ଼ିଟି ଓଲଟି ପଡ଼ିଥିଲା ।

    ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ବିଳମ୍ବିତ ରାତି ଯୋଗୁଁ ରାସ୍ତାରେ ଯାତାୟତ କରୁଥିବା ଗ୍ରାମବାସୀ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା କହିଛନ୍ତି । ବେପରୁଆ ଗାଡ଼ି ଚାଳକଙ୍କ ଉପରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବାରୁ ଏଭଳି ଦୁର୍ଘଟଣା ମାନ ଘଟୁଥିବା କୁହାଯାଉଛି । ସଦର ପୋଲିସ ପକ୍ଷରୁ ଦୁର୍ଘଟଣାକୁ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    94 %
    1.5kmh
    77 %
    Thu
    27 °
    Fri
    29 °
    Sat
    25 °
    Sun
    25 °
    Mon
    28 °

    ସମ୍ବନ୍ଧିତ