Monday, March 23, 2026
32.8 C
Odisha

    ଟ୍ରକକୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର

    ଆଗକୁ ପଢନ୍ତୁ

    ଖନ୍ତାପଡ଼ା  :   ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଓଳିଆ ପାଟଣା ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ଆଜି ଅପରାହ୍ନରେ ଏକ  ଲରି ଟ୍ରକକୁ ପଛପଟୁ ଯାତ୍ରୀବାହୀ ବସ୍  ବିନାୟକ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି।  ସୂଚନା ମୁତାବକ ବିନାୟକ ବସ(ଓଡି-୧୫ଏଲ-୩୮୮୮)ଯାତ୍ରୀଙ୍କୁ ନେଇ ବାଲେଶ୍ଵରରୁ ଯାଜପୁର ଟାଉନ ଅଭିମୁଖେ ଯାଉଥିଲା। ଓଳିଆ ପାଟଣା ନିକଟରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପ୍‌କୁ ଏକ ଲରିଟ୍ରକ(ଏଚଆର-୬୯ଇ-୧୦୪୨)ତେଲ ପକାଇବା ପାଇଁ ଯାଉଥିବା ବେଳେ ପଛପଟୁ ବସ୍ ଧକ୍କା ଦେଇଥିଲା।  ଫଳରେ ବସରେ ସମ୍ମୁଖରେ ବସିଥିବା ୫ ଜଣ ଯାତ୍ରୀ ଆହତ ହୋଇଥିଲେ। ସମସ୍ତ ଆହତ ଯାତ୍ରୀମାନଙ୍କୁ ଜାତୀୟ ରାଜପଥ ପୁଲିସ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

    ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଅନ୍ୟ ବସ୍ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି। ଧକ୍କା ପରେ ବସ୍‌ର ଡ୍ରାଇଭର ଏବଂ ହେଲ୍‌ପର ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.8 ° C
    32.8 °
    32.8 °
    18 %
    3.8kmh
    0 %
    Mon
    32 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ