Thursday, September 17, 2026
30.3 C
Odisha

    ଟ୍ରକ୍ ଧକ୍କାରେ ଓଲଟି ପଡିଲା ବସ୍,୧୫ରୁ ଅଧିକ ଯାତ୍ରୀ ଆହତ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ଟ୍ରକ୍ ଧକ୍କାରେ ଓଲଟି ପଡିଲା ବସ୍ , ୧୫ରୁ ଅଧିକ ଯାତ୍ରୀ ଆହତ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ ।

    ମିଳିଥିବା ସୂଚନା ଅନୁଯାୟୀ ଗୀତାଞ୍ଜଳି ନାମକ ଏକ ଘରୋଇ ବସ୍ ଆଜି ଜଳେଶ୍ଵରରୁ ବାରିପଦା ଅଭିମୁଖେ ଯାଉଥିଲା। ଏତିକି ବେଳେ ଚାଲନ୍ତି ଛକ ନିକଟରେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଥିଲା। ଦୁର୍ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯାଇ ଜଳେଶ୍ଵର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    65 %
    1.2kmh
    7 %
    Thu
    31 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ