Thursday, September 17, 2026
24.8 C
Odisha

    ୱିମ୍ବଲଡନ୍‌: ୬-୦, ୬-୦ରେ ଜିତି ସ୍ବିଆଟେକ୍‌ ଚମ୍ପିଆନ୍‌

    ଆଗକୁ ପଢନ୍ତୁ

    ଲଣ୍ଡନ : ଇଗା ସ୍ବିଆଟେକ୍‌ ଗ୍ରାଣ୍ଡସ୍ଲାମ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍‌ରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍‌ ହୋଇଛନ୍ତି। ଶନିବାର ସମ୍ପୂର୍ଣ୍ଣ ଏକତରଫା ଫାଇନାଲରେ ୮ମ ସିଡ୍‌ ପୋଲାଣ୍ଡର ସ୍ବିଆଟେକ୍‌ ୧୩ଶ ସିଡ୍‌ ଆମେରିକାର ଖେଳାଳି ଆମାଣ୍ଡା ଆନିସିମୋଭାଙ୍କୁ ଅପ୍ରତ୍ୟାଶିତ ଭାବେ ୬-୦, ୬-୦ ସେଟ୍‌ରେ ପରାସ୍ତ କରିଛନ୍ତି। ସ୍ବିଆଟେକ୍‌ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ମାତ୍ର ୫୭ ମିନିଟ​‌ରେ ଜିତିଥିଲେ। ଫଳରେ ଆନିସିମୋଭା ଟେନିସ୍‌ର ଓପନ୍‌ ଏରାରେ ଏବଂ ୧୯୧୧ ପରେ ପ୍ରଥମ ଖେଳାଳି ଭାବେ ୱିମ୍ବଲଡନ ଫାଇନାଲରେ ଗୋଟିଏ ମଧ୍ୟ ଗେମ୍‌ ଜିତି ପାରିନାହାନ୍ତି। ପୁଣି କ୍ରମାଗତ ୮ମ ବର୍ଷ ୱିମ୍ବଲଡନ୍‌ରେ ନୂଆ ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍‌ ଦେଖିବାକୁ ମିଳିଛି।

    ଅନ୍ୟପକ୍ଷରେ ଦ୍ବିତୀୟ ଖେଳାଳି ଭାବେ ଏକ ଗ୍ରାଣ୍ଡସ୍ଲାମ୍‌ର ଫାଇନାଲ ମ୍ୟାଚ୍‌କୁ ସ୍ବିଆକେଟ୍‌ ୬-୦, ୬-୦ ସେଟ୍‌ରେ ଜିତିଛନ୍ତି। ୧୯୮୮ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ବେଲାରୁଷର ନତାଶା ଜେରେଭାଙ୍କୁ ଷ୍ଟେଫି ଗ୍ରାଫ୍‌ ସମାନ ସ୍କୋର୍‌ରେ ପରାସ୍ତ କରିଥିଲେ। ବିଶ୍ବର ପୂର୍ବତନ ୧ନଂ ଖେଳାଳି ଇଗା ସ୍ବିଆଟେକ୍‌ ପ୍ରଥମଥର ୱିମ୍ବଲଡନ୍ ଟାଇଟଲ ସହ ମୋଟ ୬ଷ୍ଠ ଗ୍ରାଣ୍ଡସ୍ଲାମ୍‌ ମହିଳା ଟାଇଟଲ ଜିତି ପାରିଛନ୍ତି। ସ୍ବିଆଟେକ୍‌ ୪ ଥର ଫ୍ରେଞ୍ଚ୍‌ ଓପନ୍‌ ଏବଂ ଥରେ ଲେଖାଏଁ ୟୁଏସ୍‌ ଓପନ୍‌ ଓ ୱିମ୍ବଲଡନ ଜିତିଛନ୍ତି। ପୂର୍ବରୁ ସ୍ବିଆଟେକ୍‌ ଥରେ ମଧ୍ୟ ୱିମ୍ବଲଡନ୍‌ର ସେମିଫାଇନାଲ ଖେଳିନଥିଲେ। ସେମିରେ ଆନିସିମୋଭା ବିଶ୍ବର ୧ନଂ ଖେଳାଳି ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରିଥିଲେ ହେଁ ଫାଇନାଲରେ ସମ୍ପୂର୍ଣ୍ଣ ନିଷ୍ପ୍ରଭ ହୋଇ ଯାଇଥିଲା। ୨୪ ବର୍ଷ ବୟସ୍କା ସ୍ବିଆଟେକ୍ ପ୍ରଥମ ସେଟ୍‌କୁ ମାତ୍ର ୨୬ ମିନିଟରେ ଜିତିବା ପରେ ଆଉ ପଛକୁ ଫେରି ଚାହିଁନଥିଲେ। ଫାଇନାଲ ପୂର୍ବରୁ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଆମାଣ୍ଡା ଆନିସିମୋଭା ଏପରି ପରାଜୟ ପରେ କାନ୍ଦି ପକାଇଥିଲେ। ରବିବାର ପୁରୁଷ ସିଙ୍ଗଲ୍‌ସ ଫାଇନାଲରେ ବିଶ୍ବର ୧ନଂ ସିଡ୍‌ ୟାନିକ୍‌ ସିନର ଓ ୨ନଂ ସିଡ୍‌ କାର୍ଲୋସ ଆଲ୍‌କାରାଜଙ୍କ ମଧ୍ୟରେ ମୁକାବିଲା ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    85 %
    1kmh
    5 %
    Thu
    32 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ