Sunday, October 18, 2026
21.4 C
Odisha

    ଟ୍ରକ ପଛ ପିଟି ହେଲା ନାଇଟ କୋଚ୍ ଯାତ୍ରୀବାହୀ ବସ, ୧୦ରୁ ଅଧିକ ଯାତ୍ରୀ ଗୁରୁତର

    ଆଗକୁ ପଢନ୍ତୁ

    ଯାଜପୁର : ଟ୍ରକ ପଛ ପିଟି ହେଲା ନାଇଟ କୋଚ୍ ଯାତ୍ରୀବାହୀ ବସ । ୧୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ । ଟ୍ରକ ପଛ ପିଟି ହେଲା ନାଇଟ କୋଚ୍ ଯାତ୍ରୀବାହୀ ବସ । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ‘ସନା ଟ୍ରାଭେଲସ’ ନାମକ ଏକ ଯାତ୍ରୀବାହୀ ନାଇଟ କୋଚ ବସ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା । ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ପହଂଚି ଯାତ୍ରୀମାନଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଥିବା ସୂଚନା ମିଳିଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    93 %
    0.8kmh
    92 %
    Sun
    31 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ