Friday, April 3, 2026
33.6 C
Odisha

    ଟ୍ରମ୍ପଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ

    ଆଗକୁ ପଢନ୍ତୁ

    ଆମେରିକା : ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆମେରିକାର ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଯାହା ଆମେରିକାର ଇତିହାସର ସବୁଠାରୁ ବଡ଼ ପ୍ରତିବାଦ । ବିଶେଷକରି ଟ୍ରମ୍ପଙ୍କ ଟ୍ରାନ୍ସଜେଣ୍ଡର ବିରୋଧୀ ବୟାନ ଏବଂ ଅନ୍ୟାନ୍ୟ ବିବାଦୀୟ ନିଷ୍ପତ୍ତି ବିରୋଧରେ ୭୦ ଲକ୍ଷରୁ ଅଧିକ ଲୋକ ପ୍ରତିବାଦ କରିଛନ୍ତି ।

    ସୂଚନାନୁଯାୟୀ, ଟ୍ରମ୍ପଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏହି ପ୍ରତିବାଦରେ ବିଭିନ୍ନ ସାମାଜିକ, ରାଜନୈତିକ ସାମିଲ ହୋଇଥିବା ଜଣାପଡିଛି । ପ୍ରତିବାଦକାରୀମାନେ ଟ୍ରମ୍ପଙ୍କ ଶାସନକୁ ସମାଲୋଚନା କରିବା ସହିତ ‘ଆମକୁ ପରିବର୍ତ୍ତନ ଦରକାର’ ବୋଲି ସ୍ଲୋଗାନ ଦେଇଥିଲେ । ଏହି ପ୍ରତିବାଦ ବର୍ତ୍ତମାନ ସାରା ଦେଶରେ ବ୍ୟାପକ ବିରୋଧ ସୃଷ୍ଟି କରିଛି । ଏହି ପ୍ରତିବାଦରେ ଗର୍ଭପାତ ଅଧିକାର ଉପରେ କଟକଣା, ଜଳବାୟୁ ପରିବର୍ତ୍ତନ ପାଇଁ ଲକ୍ଷ୍ୟ ରଖାଯାଇଥିବା ନୀତି ଏବଂ ସାମାଜିକ ଅସମାନତା ବୃଦ୍ଧି ମଧ୍ୟ ସାମିଲ ରହିଛି ।ଟ୍ରମ୍ପଙ୍କ ଶାସନରେ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରମଣର ଶିକାର ହେଉଥିବା ପ୍ରତିବାଦକାରୀମାନେ କହିଥିଲେ ଯେ, ପ୍ରଶାସନ ଏହି ପ୍ରତିବାଦଗୁଡ଼ିକୁ “ରାଜନୈତିକ ଷଡ଼ଯନ୍ତ୍ର” ଏବଂ “ସାମାଜିକ ଅଶାନ୍ତି ବିସ୍ତାର କରିବାର ପ୍ରୟାସ” ଭାବରେ ପ୍ରସ୍ତୁତ କରାଯାଇଥିଲା । ଯାହାର ନା “ନୋ କିଙ୍ଗସ୍ ପ୍ରୋଟେଷ୍ଟ” ବୋଲି ନାମ ଦିଆଯାଇଛି । “ଟ୍ରମ୍ପଙ୍କ ଏକଛତ୍ରବାଦ ଆଉ ସହ୍ୟ କରାଯିବ ନାହିଁ” ବୋଲି ମଧ୍ୟ ସ୍ଲୋଗାନ ଉଠିଛି ।

    ଅନ୍ୟପଟେ ଆମେରିକାରେ ଟ୍ରମ୍ପଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଉଥିବା ଏହି ଆନ୍ଦୋଳନ ସ୍ପଷ୍ଟ କରିଛି । ଯାହା ଟ୍ରମ୍ପଙ୍କ ରାଷ୍ଟ୍ରପତିତ୍ୱ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଏହି ପ୍ରତିବାଦ ଭବିଷ୍ୟତରେ ଦେଶରେ ବଡ଼ ରାଜନୈତିକ ପରିବର୍ତ୍ତନ ଆଣିପାରେ ବୋଲି ଅନୁମାନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ