Sunday, March 22, 2026
32 C
Odisha

    ଟ୍ରମ୍ପ ଜିତିବା ପରେ ମୁହଁ ଖୋଲିଲେ ବାଇଡେନ

    ଆଗକୁ ପଢନ୍ତୁ

    ଗଣତନ୍ତ୍ରରେ ଜନସାଧାରଣଙ୍କ ଇଚ୍ଛା ସର୍ବୋପରି। ଲୋକେ ଯାହା ଚାହିଁଥାନ୍ତି, ତାହା ହିଁ ହୋଇଥାଏ ବୋଲି ଗୁରୁବାର ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ବିଜୟୀ ହେବା ପରେ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଡେମୋକ୍ରାଟ୍‌ ବାଇଡେନ୍‌ କହିଛନ୍ତି, ୨୦୨୫ ଜାନୁଆରୀରେ ସେ ଭାବୀ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ। ହ୍ବାଇଟ୍‌ ହାଉସ୍‌ ପାଇଁ ନିର୍ବାଚନୀ ଫଳାଫଳକୁ ଆମେରିକାବାସୀ ଗ୍ରହଣ କରନ୍ତୁ ବୋଲି ବାଇଡେନ୍‌ ଅପିଲ୍‌ କରିଛନ୍ତି। ବାଇଡେନ୍‌ ଆହୁରି କହିଛନ୍ତି, ଆମେରିକୀୟ ନିର୍ବାଚନ ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ। ୨୦୨୦ ନିର୍ବାଚନରେ ଟ୍ରମ୍ପ୍‌ ପରାଜିତ ହେବା ପରେ ଆଣିଥିବା ଅଭିଯୋଗ ମିଥ୍ୟା। ସେ ପୁନଃ ନିର୍ବାଚିତ ହେବା ପରେ ଏହା ସ୍ପଷ୍ଟ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ