Monday, July 13, 2026
27.4 C
Odisha

    ସିକିମରେ ପୁଣି ଭୂକମ୍ପ, ତୀବ୍ରତା ୪.୧

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତର ସିକିମରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୧ ରହିଥିବା ଜଣାପଡିଛି । ଗତକାଲି ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

    ସୂଚନାନୁଯାୟୀ, ମାଙ୍ଗାନ ଜିଲ୍ଲାରେ ଭୂକମ୍ପର କେନ୍ଦ୍ରସ୍ଥଳ ୧୪ କିଲୋମିଟର ଗଭୀରତା ଅନୁଭୂତ ହୋଇଥିଲା । ଗତକାଲି ରାତି ପ୍ରାୟ ୮ଟା ୪୧ ମିନିଟରେ ଭୂକମ୍ପ ଘଟିଥିଲା । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ନାହିଁ ବୋଲି ଅଧିକାରୀମାନେ କହିଛନ୍ତି । ଏଥିସହ ସେମାନେ ସ୍ଥାନୀୟ ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

    ଗତ ଦୁଇ ଦିନ ପୂର୍ବରୁ ସିକିମରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା । ଶୁକ୍ରବାର ସକାଳ ସମୟରେ ସିକିମରେ ଗାଙ୍ଗଟକରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା । ଉଭୟ ଭୂକମ୍ପର ତୀବ୍ରତା ୩.୬ ଏବଂ ୨.୭ ରେକର୍ଡ କରାଯାଇଛି । 3.6 ତୀବ୍ରତାର ଭୂମିକମ୍ପ ସକାଳ ୪ଟା ୨୬ ମିନିଟରେ ଗାଙ୍ଗଟକରୁ ପ୍ରାୟ ୧୦.୭ କିଲୋମିଟର ଉତ୍ତର-ପଶ୍ଚିମରେ ୫ କିଲୋମିଟର ଗଭୀରତାରେ ହୋଇଥିଲା ବୋଲି NCS ସ୍ପଷ୍ଟ କରିଛି । ସେହିପରି ଦ୍ୱିତୀୟ ଭୂମିକମ୍ପ ସହରରୁ ୧୧.୨ କିଲୋମିଟର ପଶ୍ଚିମରେ ୧୦ କିଲୋମିଟର ଗଭୀରତାରେ ହୋଇଥିଲା । ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି କ୍ଷତିର ସୂଚନା ମିଳିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    67 %
    3.3kmh
    100 %
    Sun
    27 °
    Mon
    33 °
    Tue
    30 °
    Wed
    31 °
    Thu
    35 °

    ସମ୍ବନ୍ଧିତ