Wednesday, November 11, 2026
20.2 C
Odisha

    ଟ୍ରାକ୍ଟରରେ ‘ପ୍ରେସ’ ଲେଖି ବାଲି ଚାଲାଣ, ଜଣେ ଗିରଫ

    ଆଗକୁ ପଢନ୍ତୁ

    କାଲିମେଳା  : ବାଲି ଚୋରା ଚଲାଣର ଭିନ୍ନ ତରିକା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ। ଜଣେ ଯୁବକ ନିଜ ଟାକ୍ଟରରେ ପ୍ରେସ ଲେଖି ବାଲି ଚୋରା ଚାଲାଣ କରୁଥିବାବେଳେ ପୁଲିସ ହାବୁଡ଼ରେ ପଡ଼ି ଯାଇଥିବାର ଖବର ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଅନେକ ସମୟରେ ବିଭିନ୍ନ ଗଣମାଧ୍ୟମରେ କାମ କରୁଥିବା ବ୍ୟକ୍ତିବିଶେଷ ନିଜ ଯାନବାହାନରେ ପ୍ରେସ ଲେଖି ବୁଲୁଥିବାର ଆପଣମାନେ ଦେଖିଥିବେ । ହେଲେ ଟ୍ରାକ୍ଟରରେ ପ୍ରେସ ଲେଖି ବୁଲିବା ଆପଣ କେବେ ଦେଖି ନଥିବେ। ଏପରି ଏକ ଘଟଣା ଗତକାଲି ଦେଖିବାପରେ ପୁଲିସ ବି ଆଶ୍ଚଯ୍ୟ ହୋଉଯାଇଥିଲା। ପ୍ରେସ ଲେଖି ପୁଲିସ ଆଖିରେ ଧୁଳି ଦେଇ ଖସି ଯିବାର ଏହିପରି ଘଟଣା ବି ପୁଲିସ ପାଇଁ ପ୍ରଥମ ବୋଲି କୁହାଯାଉଛି ।

    ତେବେ ଏପରି ଏକ ଘଟଣା ବିଷୟରେ ସୂଚନା ପାଇବାପରେ ଏସଡ଼ିପିଓ ଦିବ୍ୟରଂଜନ ଦଳେଇଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳ ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ବାଳ ଓ ତାଙ୍କ ଟିମ ଚଢ଼ାଉ କରି କାଲିମେଳା ଥାନା ଠାରୁ ମାତ୍ର ୮ କିମି ଦୂର ଏମପିଭି-୩୩ ଗ୍ରାମ ନିଟକରୁ ଏହି ଟ୍ରାକ୍ଟରଟିକୁ ଜବତ କରିବା ସହିତ ଏମଭି-୭୯ ଥାନା ଅନ୍ତର୍ଗତ ଗିରଜାନପାଲୀ ଗ୍ରାମର ବିଷ୍ଣୁ ଝରାବଲ( ୨୩) ନାମଜ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡ଼ିଛି। ବାଲି ଓ ଟ୍ରାକ୍ଟରକୁ ପୁଲିସ ଜବଦ କରିବା ସହିତ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବାର ଜଣାପଡ଼ିଛି । ଜବତ ବାଲି ଓ ଟ୍ରାକ୍ଟରର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.2 ° C
    20.2 °
    20.2 °
    80 %
    1.2kmh
    0 %
    Wed
    20 °
    Thu
    27 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ