Thursday, October 22, 2026
30.1 C
Odisha

    ଖୋଲିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକମାନେ କରିପାରିବେ ରାତ୍ରିଯାପନ

    ଆଗକୁ ପଢନ୍ତୁ

    ରାଜନଗର  : ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ପର୍ଯ୍ୟଟକମାନେ ଇଚ୍ଛା କଲେ  ଭ୍ରମଣ ଶହ ସେଠାରେ ରାତ୍ରିଯାପନ କରିପାରିବେ। ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଛି।

    ସୂଚନାଯୋଗ୍ୟ, ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୩ମାସ ଏହା ବନ୍ଦ ରହିଥାଏ। ବହୁଦିନ ପରେ ଜାତୀୟ ଉଦ୍ୟାନ ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି।

    ପଯ୍ୟଟକମାନେ ଗୁପ୍ତି, ଚାନ୍ଦବାଲି, ଖୋଳା ଓ ଡାଙ୍ଗମାଳ ପ୍ରଭୃତି ୪ଟି ପ୍ରବେଶ ପଥ ଦେଇ ଜଳ ଓ ସ୍ଥଳପଥରେ ଡାଙ୍ଗମାଳରେ ସିଧାସଳଖ ପହଞ୍ଚି ଭିତରକନିକାକୁ ପ୍ରବେଶ କରିପାରିବେ। ସେଠାରେ ଜଳପଥରେ ବଉଳା କୁମ୍ଭୀର, ଦେଶୀ ଓ ବିଦେଶୀ ପକ୍ଷୀ, ହରିଣ, ବାର୍‌ହା, ସମ୍ବର, ଝିଙ୍କ ଆଦି ନାନା ପଶୁପକ୍ଷୀ ସହିତ ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପ୍ରଥମ ସ୍କାଏୱାକ୍ ବ୍ରିଜ୍‌, ୱାଚ୍ ଟାୱର୍‌, ସେଲ୍‌ଫି ପଏଣ୍ଟ, ମ୍ୟାନଗ୍ରୁଭ୍‌ ମେଟା ନର୍ସରି, ବୋଟ୍‌ ଲାଇବ୍ରେରି, ସହିଦ୍‌ ସ୍ତମ୍ଭ, କୁମ୍ଭୀର ପ୍ରଜନନ କେନ୍ଦ୍ର ଆଦି ଦେଖିପାରିବେ। ଯନ୍ତ୍ରଚାଳିତ ବୋଟ୍‌ ସହ ଡାଙ୍ଗମାଳ ଓ ଗୁପ୍ତିରେ ରହିଥିବା ଫାଇବର୍‌ ବୋଟ୍‌ରେ ମଧ୍ୟ ପର୍ଯ୍ୟଟକମାନେ ବୁଲି ଭିତରକନିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    49 %
    1.8kmh
    38 %
    Thu
    30 °
    Fri
    29 °
    Sat
    29 °
    Sun
    28 °
    Mon
    27 °

    ସମ୍ବନ୍ଧିତ