Friday, October 2, 2026
22.2 C
Odisha

    ଟ୍ରେନରେ ଚଢିବା ବେଳେ ଅଘଟଣ : ଚକା ତଳେ ପଡି ଦୁଇ ମହିଳାଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    Type your search query and hit enter:
    site:https://www.dharitri.com

    Homepageରାଜ୍ୟ
    ଆମ ଜିଲା ଖବରଗଞ୍ଜାମରାଜ୍ୟ
    ଟ୍ରେନରେ ଚଢିବା ବେଳେ ଅଘଟଣ : ଚକା ତଳେ ପଡି ଦୁଇ ମହିଳାଙ୍କ ମୃତ୍ୟୁ
    3 hours ago
    ଟ୍ରେନରେ ଚଢିବା ବେଳେ ଅଘଟଣ : ଚକା ତଳେ ପଡି ଦୁଇ ମହିଳାଙ୍କ ମୃତ୍ୟୁ

    ଵ୍ରହ୍ମପୁର ୧୫/୧୨(ସୁବାସ ଚନ୍ଦ୍ର ପାଢ଼ୀ) ରେଳଷ୍ଟେସନ ପ୍ଲାଟଫର୍ମ ଚଡ଼ିବା ବେଳେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଟ୍ରେନରେ ଚଢୁଥିବା ବେଳେ ଚକା ତଳେ ପଡି ଦୁଇଜଣ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥ ପୁର ଗ୍ରାମର ଦୁଇ ଜଣ ମହିଳା ଭୁବନେଶ୍ୱର ଆନ୍ଦୋଳନ ଜାରି ରଖିଥିବା ପାଚିକା ସଙ୍ଘର ସଭାରେ ଯୋଗ ଦେବାକୁ ଯିବାପାଇଁ ସୁରଳ ରେଳ ଷ୍ଟେସନ ରେଳଧାରଣା ପାର ହେଉ ଥିବାବେଳେ ଠିକ୍ ସକାଳ ୫.୪୧ମିନଟ ସମୟରେ ପାଲାସା କଟକ ମେମୁ ଟ୍ରେନ୍ ଟି ଆସିଯାଇଥିଲା। ଷ୍ଟେସନ୍ ପ୍ଲାଟ ଶେଷ ପଟକୁ ଦୁହେଁ ପ୍ଲାଟ୍ ଫାର୍ମ ଶେଷ ଆଡ଼କୁ ଚଢ଼ୁ ଥିବା ବେଳେ ପ୍ଲାଟ୍ ଫାର୍ମ ଉଚ୍ଚା ହେତୁ ଉଭୟେ ଉପରକୁ ଉଠି ପାରିନଥିଲେ। ଏହି ସମୟରେ ଟ୍ରେନ୍ ଟି ଧକ୍କା ଦେଇଥିଲା। କଡ଼ରେ ପଡ଼ିଯାଇଥିଲେ ଓ ଉଭୟଙ୍କର ଶୋଚନୀୟ ମୃତ୍ୟୁ ହୋଇଛି, ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥୁଲେ। ଉଭୟଙ୍କ ପରିଚୟ ଜଗନ୍ନାଥପୁର ଗାଁର ପାର୍ବତୀ ଗୌଡ଼(୫୯) ଝୁନୁ ଗୌଡ (୬୨)ଟ୍ରେନ୍ ଧକ୍କା ରେ ମୃତ୍ୟୁ। ଘଟଣା ସ୍ଥଳରେ ପରିବାର ଓ ଗ୍ରାମର ବ୍ୟକ୍ତିମାନେ ପହଞ୍ଚି ରେଳବାଇ ପୋଲିସ ଙ୍କ ସହଯୋଗରେ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ