Thursday, July 17, 2025
31.5 C
Odisha

ଟ୍ରେନି ଡାକ୍ତର ବଳତ୍କାର ଏବଂ ହତ୍ୟା ଘଟଣା, ବଡ଼ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ

ଆଗକୁ ପଢନ୍ତୁ

ପଶ୍ଚିମବଙ୍ଗର ରାଜଧାନୀରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ କୋଲକାତା ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ସିବିଆଇକୁ ତଦନ୍ତ ଭାର ଦେବାକୁ କହିଛନ୍ତି । ମୁଖ୍ୟ ବିଚାରପତି ଟିଏସ୍‌ ଶିବାଗନମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ମୃତା ଡାକ୍ତରଙ୍କ ମାଆ-ବାପା ଦାଏର କରିଥିବା ଯାଚିକାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏଥିସହିତ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବା ନେଇ ଏକାଧିକ ଯାଚିକା ଦାଏର ହୋଇଥିଲା । ତେବେ ଏହି ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଟିମବଙ୍ଗ ପୋଲିସ୍‌ ହାତରେ ରହିଛି।।ଉଚ୍ଚ ନ୍ୟାୟାଳୟ ଶୁଣାଣି ବେଳେ କହିଛନ୍ତି ଯେ, ମୃତା ଡାକ୍ତରଙ୍କ ମାଆ-ବାପା ଏହିଭଳି ତଦନ୍ତକୁ ନେଇ ଭୟଭୀତ ଅଛନ୍ତି । ସାଧାରଣ ଘଟଣା ହୋଇଥିଲେ ଆମେ ଏକ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଥାନ୍ତୁ । ହେଲେ ଏହି ଘଟଣା ଅତିନୃଶଂସନୀୟ ଏବଂ ବିନା ସମୟ ନଷ୍ଟ ନକରି ଏହାର ଉଚିତ୍‌ ତଦନ୍ତ ହେବା ଆବଶ୍ୟକ । ତଦନ୍ତରେ ସ଼୍ବଚ୍ଛତା ରହିବା ଆବଶ୍ୟକ । ତେଣୁ ମୃତା ଡାକ୍ତରଙ୍କ ମାଆ-ବାପାଙ୍କ ଦ଼୍ବାରା ଦାଏର ଯାଚିକାକୁ ଗ୍ରହଣ କରାଯାଇ ଏହା ସିବିଆଇକୁ ହସ୍ତାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି କୋର୍ଟ କହିଛନ୍ତି।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
31.5 ° C
31.5 °
31.5 °
62 %
1.7kmh
96 %
Thu
32 °
Fri
32 °
Sat
30 °
Sun
28 °
Mon
31 °

ସମ୍ବନ୍ଧିତ