Monday, March 23, 2026
20.3 C
Odisha

    ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା, ମମତା କହିଲେ ଏମିତି

    ଆଗକୁ ପଢନ୍ତୁ

    କଲିକତା: କୋଲକାତାର ସରକାରୀ ଆରଜି କର ମେଡିକାଲ କଲେଜ ଡାକ୍ତରଖାନାରୁ ଜଣେ ମହିଳା ପ୍ରଶିକ୍ଷକ ଡାକ୍ତରଙ୍କ ମୃତଦେହ ମିଳିଥିଲା। ତେବେ ତାଙ୍କ ଶରୀରରେ ଥିବା କ୍ଷତିଚିହ୍ନ ଦେଖିଲେ ତାଙ୍କୁ ହତ୍ୟା ପୂର୍ବରୁ ବଳାତ୍କାର କରାଯାଇଥିବା ସ୍ପଷ୍ଟ ହୋଇଛି। ଏନେଇ ପୋଲିସ ଏକ ବଳାତ୍କାର ଓ ହତ୍ୟା ମାମଲା ରୁଜୁ କରିଛି। ଉକ୍ତ ଘଟଣାକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଏକ ଦୁର୍ଭାଗ୍ୟଜନକ ଏବଂ ଘୃଣ୍ୟ ବୋଲି କହିଛନ୍ତି। ତାଙ୍କ ସହଯୋଗୀ(ଡାକ୍ତର)ଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ମମତା ଏକ ସ୍ଥାନୀୟ ଟିଭି ଚ୍ୟାନେଲକୁ କହଛନ୍ତି, ‘ମୁଁ ପୀଡ଼ିତାଙ୍କ ପରିବାର ସହ କଥା ହୋଇ ସେମାନଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛି। ମୁଁ ମାମଲାକୁ ଫାଷ୍ଟ-ଟ୍ରାକ୍‌ କୋର୍ଟକୁ ନେବାକୁ ନିର୍ଦ୍ଦେଶ ଦେଇଛି। ଯଦି ଆବଶ୍ୟକ ହୁଏ ତେବେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ। ଯଦିଓ ମୁଁ ନୁହେଁ ମୃତ୍ୟୁଦଣ୍ଡର ସପକ୍ଷରେ ନୁହେଁ ତଥାପି ଏପରି ଘୃଣ୍ୟ କାର୍ଯ୍ୟ ପାଇଁ ମୃତ୍ୟୁଦଣ୍ଡ ଆବଶ୍ୟକ ମନେ କରେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ତଥା ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଶୁଭେନ୍ଦୁ ଅଧିକାରୀ ତାଲିମପ୍ରାପ୍ତ ଡାକ୍ତରଙ୍କ ମୃତ୍ୟୁ ଘଟଣାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ତଦନ୍ତ ଦାବି କରିଛନ୍ତି। ସିବିଆଇ ତଦନ୍ତ ଦାବିରେ ମମତା ବାନାର୍ଜୀ କହିଛନ୍ତି ଯେ, ସିବିଆଇ ତଦନ୍ତରେ ତାଙ୍କର କୌଣସି ଆପତ୍ତି ନାହିଁ। ସୂଚନାଯୋଗ୍ୟ, ୩୧ ବର୍ଷୀୟା ମହିଳା ଟ୍ରେନି ଡାକ୍ତରଙ୍କର ପ୍ରାଇଭେଟ୍‌ ପାର୍ଟ, ମୁହଁ, ଓଠ, ବେକ, ପେଟ, ଆଙ୍ଗୁଠି ଏବଂ ଗୋଡ଼ରେ ଆଘାତ ଲାଗିଛି। ଦ୍ୱିତୀୟ ବର୍ଷର ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀ ଗୁରୁବାର ବିଳମ୍ବିତ ରାତିରେ ଭୋଜନ କରି ପରେ ସେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ତୃତୀୟ ମହଲାରେ ଥିବା ସେମିନାର ହଲରେ ପଢ଼ିବାକୁ ଯାଇଥିଲେ। ପରଦିନ ସକାଳେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ