Friday, April 3, 2026
33.6 C
Odisha

    ଟ୍ରେନ୍‌ ଟ୍ରାକ୍‌କୁ ବିସ୍ଫୋରଣରେ ଉଡ଼ାଇବା ଭିଡିଓ ଜାରି

    ଆଗକୁ ପଢନ୍ତୁ

    ଇସଲାମାବାଦ: ବଲୁଚ ଲିବରେସନ୍‌ ଆର୍ମି (ବିଏଲ୍‌ଏ) ଗତକାଲି ପାକିସ୍ତାନର ଉତ୍ତର ପଶ୍ଚିମ ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସ୍‌କୁ ଅଟକାଇବା ପୂର୍ବରୁ ପ୍ରଥମେ ବିସ୍ଫୋରଣରେ ରେଳ ଧାରଣାର ଏକ ଅଂଶକୁ ଉଡ଼ାଇ ଦେଇଥିଲେ। ବିଏଲ୍‌ଏ ଦ୍ବାରା ଜାରି ହୋଇଥିବା ଏକ ଭିଡିଓରୁ ଏହା ଦେଖିବାକୁ ମିଳିଛି। ୧ ମିନିଟ୍‌ ୨୩ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଯାତ୍ରୀମାନେ ଏକ ପାହାଡ଼ ନିକଟରେ ତଳେ ବସିଥିବା ବେଳେ ବିଦ୍ରୋହୀମାନେ ହାତରେ ବନ୍ଧୁକ ଧରି ସେମାନଙ୍କ ଉପରେ ନଜର ରଖିଛନ୍ତି। ଜାଫର ଏକ୍ସପ୍ରେସ୍‌ରେ ନିଜ ମା’ଙ୍କ ସହ ଯାତ୍ରା କରିଥିବା ଜଣେ ଯା‌ତ୍ରୀ ମହମ୍ମଦ ବିଲାଲ୍‌ ଉଦ୍ଧାର ହେବାପରେ କହିଛନ୍ତି, ଆମେ କିଭଳି ମୁକୁଳିଲୁ ତାହା ବର୍ଣ୍ଣନା କରିବାପାଇଁ ଭାଷା ନାହିଁ। ‌ତେବେ ମଙ୍ଗଳବାର ଯେଉଁ ଯାତ୍ରୀମାନଙ୍କୁ ମୁକ୍ତ କରାଯାଇଥିଲା ସେମାନେ ବହୁ କଷ୍ଟରେ ପାହାଡ଼ ଅତିକ୍ରମ କରି ସୁରକ୍ଷିତ ସ୍ଥାନରେ ପହଞ୍ଚିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ