Saturday, April 4, 2026
29.2 C
Odisha

    ଠିକ୍ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ କାହିଁକି ଗିରଫ କରାଗଲା? ସୁପ୍ରିମକୋର୍ଟଙ୍କ ପ୍ରଶ୍ନ.

    ଆଗକୁ ପଢନ୍ତୁ

    ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ଅବକାରୀ ଦୁର୍ନୀତି ମାମଲାରେ ଗିରଫଦାରୀ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଗିରଫ କରିବାର ସମୟ ନେଇ ପ୍ରଶ୍ନ ଉଠାଇଛନ୍ତି । ଠିକ୍ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଗିରଫ କରାଗଲା ବୋଲି ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ପଚାରିଛନ୍ତି । ଇଡି ଶୁକ୍ରବାର ଏହି ପ୍ରଶ୍ନର ଜବାବ ରଖିବ।

    କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରୁଥିବା ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଇଡିକୁ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ ‌। ଖଣ୍ଡପୀଠ ଇଡିକୁ କହିଛନ୍ତି ” ଆପଣ ନ୍ୟାୟିକ ପ୍ରକ୍ରିୟା ବିନା ଅପରାଧିକ କାର୍ଯ୍ୟାନୁଷ୍ଠାନ କିପରି ଆରମ୍ଭ କରିପାରିବେ ? ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ବାଜ୍ୟାପ୍ତି ପ୍ରକ୍ରିୟା ଗ୍ରହଣ କରାଯାଇ ନାହିଁ । ଯଦି ଏପରି ହୁଏ, ତେବେ କେଜ୍ରିୱାଲ ଏହି ମାମଲାରେ କିପରି ସମ୍ପୃକ୍ତ ଅଛନ୍ତି ତାହା ପ୍ରମାଣିତ କରନ୍ତୁ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ