Saturday, October 10, 2026
27.9 C
Odisha

    ଡଷ୍ଟବିନରୁ ଜିଲ୍ଲାପାଳ ଅଫିସ୍: ଦିବ୍ୟାଙ୍ଗ ବୋଲି… ଦିନେ ଅଳିଆଗଦାରେ ଫିଙ୍ଗି ଦେଇଥିଲେ ବାପାମାଆ, ଆଜି ବନିଗଲେ ରାଜସ୍ବ ସହାୟକ

    ଆଗକୁ ପଢନ୍ତୁ

    ମୁମ୍ବାଇ : ଯଦି ତମ ଭାଗ୍ୟରେ ଭଲ ଲେଖା ଅଛି ନା ଯେତେ ଝଡ ଝଞ୍ଜା ଆସିଲେ ବି ତମେ ସେ ଭଲର ଅଧିକାରୀ ହିଁ ହେବ । କାହା ଭାଗ୍ୟରେ କଣ ଅଛି କେହି ଜାଣିନି, ଆଜି ଯିଏ ରଙ୍କ କାଲି ସିଏ ରାଜା, ଆଜି ଯିଏ କଷ୍ଟ ପାଉଛି କିଏ କହିବ କାଲି ସିଏ ସୁଖରେ ନଥିବ ବୋଲି । ସମୟ ସବୁକିଛି ବଦଳାଇଦିଏ, ଖାଲି ଚେଷ୍ଟା ଏବଂ ନିଷ୍ଠା ଯଦି ଥାଏ ତେବେ ସବୁ ସଫଳତା ହାତ ମୁଠାରେ ଭାଗ୍ୟ-ଭଗବାନ ଓ ସମୟ ଆଣିଦେବ। ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମହାରାଷ୍ଟ୍ର ଅମରାବତୀର ଦିବ୍ୟାଙ୍ଗ ଯୁବତୀ ମାଲା।

    ମାଲା ପାପଲକର- ଜଣେ ଦିବ୍ୟାଙ୍ଗ ଯୁବତୀ । ଆଖିକୁ କିଛି ଦେଖା ଯାଉନଥିଲେ ବି ଜୀବନ ଯୁଦ୍ଧରେ ସେ ହାର ମାନି ନାହାନ୍ତି । ଅନେକ ଘାତପ୍ରତିଘାତ ସହି ଆଜି ସେ ଏମପିଏସସି ପରୀକ୍ଷାରେ କୃତକାର୍ୟ୍ୟ ହୋଇଛନ୍ତି ଆଉ ଜିଲ୍ଲାପାଳଙ୍କ ଅଫିସରେ ନିଯୁକ୍ତି ପାଇଛନ୍ତି । ଏହି ଖବର ଏବେ ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ମାଲାଙ୍କ ସଂଘର୍ଷର କାହାଣୀ ଯିଏ ଶୁଣୁଛି ସିଏ ତାଜୁବ ହେଉଛି । କାରଣ ୨୫ ବର୍ଷ ତଳେ ଯେଉଁ ଝିଅକୁ ଅଳିଆଗଦାରେ ଫିଙ୍ଗିଦେଇଥିଲେ ବାପାମାଆ ଆଜି ସିଏ ଏତେ ବଡ଼ ସଫଳତା ପାଇବା ଅନ୍ୟମାନଙ୍କ ପାଇଁ ବେସ୍ ପ୍ରେରଣାଦାୟୀ… ଆଜିକୁ ୨୫ ବର୍ଷ ତଳେ ଜଲଗାଓଁ ରେଳଷ୍ଟେସନର ଏକ ଡଷ୍ଟବିନରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ମାଲାଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିବା ପରେ ପଦ୍ମଶ୍ରୀ ଶଙ୍କର ବାବାଙ୍କ ଆଶ୍ରମରେ ଛାଡିଥିଲେ ଯେଉଁଠି ସେ ରହି ନିଜ ନୂଆ ଜୀବନ ଆରମ୍ଭ କରିଥିଲେ । ଉଦ୍ଧାର ସମୟରେ ମାଲାଙ୍କୁ ୧୦ ବର୍ଷ ହୋଇଥିବା ବେଳେ ସେ କିଛି ଦେଖିପାରୁନଥିଲେ । ଦିବ୍ୟାଙ୍ଗ ବୋଲି ବାପାମାଆ ଫିଙ୍ଗିଦେଇଥିବାରୁ ଶଙ୍କର ବାବା ମାଲାଙ୍କ ବାପାମାଆ ସାହି ତାଙ୍କର ନାମ କରଣ କରିବା ସହ ତାଙ୍କର ସବୁ ଦାୟିତ୍ବ ନେଇଥିଲେ । ତେବେ ମାଲା ପଢାପଢି କରି ଏମପିଏସସି ଗ୍ରୁପ ସି ପରୀକ୍ଷା ଦେଇଥିବା ବେଳେ ଏବେ ତାର ଫଳାଫଳ ବାହାରିଛି ଏବଂ ମାଲା ସେଥିରେ କୃତକାର୍ୟ୍ୟ ହୋଇଛନ୍ତି । ଏହା ପରେ ମାଲା ନାଗପୁର ଜିଲ୍ଲାପାଳଙ୍କ ଅଫିସରେ ରାଜସ୍ବ ସହାୟକ ଭାବେ ନିଯୁକ୍ତ ହେବେ । ଯାହା ତାଙ୍କ ପାଇଁ ଖୁସିର କଥା ବୋଲି ସେ କହିଛନ୍ତି । ସଫଳତାର ସବୁ ଶ୍ରେୟ ବାବାଙ୍କୁ ଦେଇଛନ୍ତି ମାଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ