Saturday, April 4, 2026
29 C
Odisha

    ଡାକ୍ତର ହେବା ପାଇଁ ଦେଖିଥିଲେ ସ୍ବପ୍ନ, ହୋଇଗଲେ ଖେଳାଳି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜୀବନରେ ଯଦି କିଛି କରିବାର ଆଗ୍ରହ ଥାଏ ପରିସ୍ଥିତି ଯେତେ କଷ୍ଟକର ହେଉନା କାହିଁକି ସେଥିରେ ସଫଳତା ନିଶ୍ଚିୟ ମିଳିଥାଏ। ଏହାର ଏକ ଉଦାହରଣ ମିରଟ କୈଳାସ ପ୍ରକାଶ ଷ୍ଟାଡିୟମରେ ଦେଖିବାକୁ ମିଳୁଛି। ଏହି ଷ୍ଟାଡିୟମକୁ ବିଭିନ୍ନ ଖେଳାଳିମାନେ ଅଭ୍ୟାସ କରିବାକୁ ଆସିଥାଆନ୍ତି। ସମ୍ପ୍ରତି ୩ ଫୁଟ ଉଚ୍ଚତା ଥିବା ୨୩ ବର୍ଷୀୟ ପାରା ଖେଳାଳି ଶେଖର ଚର୍ଚ୍ଚାର ପରିସରରେ ରହିଛନ୍ତି।ପାରା ଆଥଲେଟ୍ ଶେଖର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋର ସ୍ୱପ୍ନ ଥିଲା ଡାକ୍ତର ହେବା। ତେଣୁ ମୁଁ ମେଡିକାଲ ଲାଇନ ସହିତ ଜଡିତ ଡି ଫାର୍ମା ଅଧ୍ୟୟନ କରୁଥିଲି। ଏଭଳି ସମୟରେ ମୋର ଜଣେ ବନ୍ଧୁ ମୋତେ କୈଳାସ ପ୍ରକାଶ ଷ୍ଟାଡିୟମକୁ ଆଣିଥିଲେ। କ୍ରୀଡା ସମ୍ବନ୍ଧୀୟ କ୍ଷେତ୍ରକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ମୁଁ ଆଥଲେଟ୍ ପ୍ରଶିକ୍ଷକ ଗୌରବ ତ୍ୟାଗୀଙ୍କଠାରୁ ତାଲିମ ନେବା ଆରମ୍ଭ କରିଥିଲି। ମୁଁ ‌ମାତ୍ର ୭ମାସ ପୂର୍ବରୁ ମୋର ଖେଳ ଜୀବନ ଆରମ୍ଭ କରିଛି।ଜଣେ ଅନ୍ତର୍ଜାତୀୟ ଖେଳାଳି ହେବା ପାଇଁ ଏବେ ମୋର ସ୍ୱପ୍ନ ରହିଛି। ଆମକୁ ବିଭିନ୍ନ ପ୍ରତିଯୋଗିତାରେ ସଟ୍ ପୁଟ୍ ଏବଂ ଜାଭେଲିନ୍ ଥ୍ରୋରେ ପତାକା ଉଡ଼ାଇ ଗର୍ବର ସହିତ ଭାରତକୁ ଗୌରବ ଆଣିବାକୁ ପଡିବ।

    ୨୦୨୬ ମସିହାରେ ପାରା ଏସୀୟ ଚାମ୍ପିଅନସିପ ଆୟୋଜିତ ହେବାକୁ ଯାଉଛି। ଯାହା ପାଇଁ ମୁଁ ପ୍ରସ୍ତୁତି ହେଉଛି। ବର୍ତ୍ତମାନ ମୁଁ ୬ ମିଟର ପର୍ଯ୍ୟନ୍ତ ସଟ୍ ପୁଟ୍ ଏବଂ ୧୫ ମିଟର ପର୍ଯ୍ୟନ୍ତ ଜାଭେଲିନ୍ ଫିଙ୍ଗି ପାରୁଛି।

    ଆଥଲେଟ୍ ପ୍ରଶିକ୍ଷକ ଗୌରବ ତ୍ୟାଗୀ ଶେଖରଙ୍କ କଠିନ ପରିଶ୍ରମ ବିଷୟରେ କହିଛନ୍ତି,‘ ଶେଖର ଏସୀୟ ପାରାଅଲିମ୍ପିକ୍ସରେ ଭାରତ ପାଇଁ ନିଶ୍ଚୟ ସ୍ୱର୍ଣ୍ଣ ପଦକ ଜିତି ନୂତନ ଇତିହାସ ସୃଷ୍ଟି କରିବେ। ଶେଖର ଷ୍ଡାଡିୟମରେ ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ପାରା ଆଥଲେଟ୍ ଭାବରେ ତାଲିମ ନେଉଛନ୍ତି।

    ବରେଲିରେ ଆୟୋଜିତ ପ୍ରତିଯୋଗିତାରେ ଶେଖର ମୁରାଦାବାଦର ଖେଳାଳିଙ୍କୁ ପରାସ୍ତ କରି ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ତାଙ୍କୁ ଚେନ୍ନାଇରେ ହେବାକୁ ଥିବା ଜାତୀୟ ଚାମ୍ପିଅନସିପ ପାଇଁ ମନୋନୀତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ