Tuesday, September 8, 2026
24.5 C
Odisha

    ଅଖା ଦୁର୍ନୀତି ପ୍ରତି ନିଘା ନାହିଁ: କାହା ପକେଟ୍‌କୁ ଯାଉଛି ୩ କୋଟି?

    ଆଗକୁ ପଢନ୍ତୁ

    ବଲାଙ୍ଗୀର ଜିଲ୍ଲାରେ ସେହି ପାରମ୍ପରିକ ଢଙ୍ଗରେ ଧାନକିଣା ଚାଲିଛି। କ୍ରମାଗତ କୋହଲା ପାଗ ଓ ବର୍ଷା ଯୋଗୁଁ ଧାନର ମାନ ଖସିଯାଉଛି। ବିଶେଷ କରି ଧାନଖର୍ଦ୍ଦି ପାଇଁ ମିଲର୍ସଙ୍କ ଅନାଗ୍ରହ ଯୋଗୁଁ ଚାଷୀ ଦଲାଲ୍‌ମାନଙ୍କୁ ସ୍ବଳ୍ପ ଦରରେ ବିକିବାକୁ ବାଧ୍ୟ ହେଉଛି। ଅନ୍ୟପକ୍ଷରେ କିଣା ବ୍ୟବସ୍ଥାରେ ଚାଷୀ ‌ସବୁସ୍ତରରେ ‌ଶୋଷଣର ଶିକାର ହେଉଛି। ରାଜ୍ୟରେ ଗତ ୧୦ବର୍ଷ ମଧ୍ୟରେ ଧାନ ଖର୍ଦ୍ଦି ପାଇଁ ୨୨୦୬ କୋଟି ଟଙ୍କାର ଅଖା କିଣାଯାଇଛି ବୋଲି ସରକାରୀ ତଥ୍ୟ ରହିଛି। କାଗଜକଲମରେ ଏତିକି ଟଙ୍କାର ଅଖା କିଣା ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ଏସବୁ ଅଖା ଗଲା କୁଆଡ଼େ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଲାଙ୍ଗୀର ଜିଲ୍ଲାରେ ଚାଷୀଙ୍କ ହାତରେ ଏବେ ଖଣ୍ଡିଏ ବି ଅଖା ନାହିଁ। ଅଖା ଯୋଗାଡ଼ କରିବାକୁ ଚାଷୀ ଦହଗଞ୍ଜ ହେଉଛି। ମିଲର୍ସଙ୍କୁ ଅଖା ମାଗିଲେ ଏ ବାବଦରେ ଧାନ କଟ୍‌ନି ହେଉଛି। ଗାଇଡ୍‌ଲାଇନ୍‌ ଅନୁସାରେ ଅଖା ବାବଦ ଅର୍ଥ କେନ୍ଦ୍ର ସରକାର ଦେଉଥିବା ବେଳେ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ମାଧ୍ୟମରେ ଏହାକୁ ଚାଷୀଙ୍କ ପାଖରେ ପହଞ୍ଚାଉଛନ୍ତି। କିନ୍ତୁ ଗତ ୧୦ବର୍ଷର ତଥ୍ୟ ଦେଖିଲେ କେନ୍ଦ୍ର ସରକାର ଅଖା ବାବଦକୁ ଟଙ୍କାଟିଏ ଦେଇନାହାନ୍ତି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ଦେଶରେ ଅନୁବନ୍ଧିତ ୬ଟି କାରଖାନାରୁ ଅଖା ମିଳିବ ବୋଲି କୁହାଯାଉଛି। ଆବଶ୍ୟକତା ଅନୁସାରେ ଅଖା କିଣା ସରିଥିବା କାଗଜପତ୍ରରେ ଉଲ୍ଲେଖ ରହିଛି। ହେଲେ ପ୍ରଶ୍ନ ଉଠୁଛି, ଅଖା ଗଲା କୁଆଡ଼େ? ମିଲର୍ସ ଚାଷୀଙ୍କୁ ଅଖା ଦେଲେ, ଚାଷୀଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ଏହାବାଦ କ୍ବିଣ୍ଟାଲ୍‌ ପିଛା ୩ରୁ ୪ କେଜି କାଟି ଦେଉଛନ୍ତି।

    ବଲାଙ୍ଗୀର ଜିଲ୍ଲାକୁ ଏହି କେଳେଙ୍କାରୀର ଦୃଷ୍ଟାନ୍ତ ଭାବେ ନିଆଯାଇପାରେ। ଜିଲ୍ଲାରେ ଗୋଟିଏ ଋତୁରେ ୩୫ରୁ ୪୦ ଲକ୍ଷ କ୍ବିଣ୍ଟାଲ୍‌ ଧାନ ସଂଗ୍ରହ ହୋଇଥାଏ। କିନ୍ତୁ କୌଣସି ମିଲର୍ସ ଚାଷୀଙ୍କୁ ଅଖା ଦେଉନାହାନ୍ତି। ଗୋଟିଏ କ୍ବିଣ୍ଟାଲ୍‌ ଧାନ କିଣା ପାଇଁ ୨ଟି ଝୋଟଅଖା‌ ବାବଦରେ ୯୪.୯୬ ଟଙ୍କା ଖର୍ଚ୍ଚ ହେଉଛି। ଅର୍ଥାତ ଜିଲ୍ଲାରେ ଗୋଟିଏ ଋତୁରେ ୩ କୋଟି ଟଙ୍କା ଉପରେ ଅଖା କିଣା ବାବଦକୁ ହେରଫେର୍‌ ହେଉଥିବା ବାରି ହେଉଛି। ମିଲର୍ସଙ୍କ ଯୁକ୍ତି ହେଲା, ଯୋଗାଣ ନିଗମ କ୍ୱିଣ୍ଟାଲ୍‌ ପିଛା ପ୍ୟାକ୍ସକୁ ୨ଟି ଓ ମିଲର୍ସମାନେ ଦୁଇଟି ଝୋଟଅଖା ଦେବା କଥା। କିନ୍ତୁ ରାଜ୍ୟ ସରକାର ଏହି ଝୋଟଅଖା‌ ପ୍ୟାକ୍ସକୁ ଯୋଗାଉନାହାନ୍ତି। ଅଖା ପିଛା ମିଲର୍ସମାନେ ୪ଟି ଝୋଟଅଖାକୁ ୧୦୦ ଟଙ୍କାରେ ଖୋଲାବଜାରରୁ କିଣୁଥିବା ବେଳେ ସରକାର ସେମାନଙ୍କୁ ମୋଟ୍‌ ୧୪ ଟଙ୍କା ୫ ପଇସା ଦେଉଛନ୍ତି। ଉପରୋକ୍ତ ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ଯେ ଅଖା ଯୋଗାଣ ହେଉନାହିଁ। ଅଥଚ ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    91 %
    1.4kmh
    40 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ