Saturday, April 4, 2026
28.2 C
Odisha

    ଡିଜିଟାଲ୍‌ ଗିରଫଦାରୀର ଶିକାର: ୨୦ କୋଟି ହରାଇଲେ ବୃଦ୍ଧା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଦକ୍ଷିଣ ମୁମ୍ବାଇର ଜଣେ ୮୬ ବର୍ଷୀୟ ବୃଦ୍ଧା ସାଇବର ଅପରାଧୀଙ୍କ ଶିକାର ହୋଇଛନ୍ତି। ଡିଜିଟାଲ୍‌ ଗିରଫର ଭୟ ଦେଖାଇ ଅପରାଧୀମାନେ ବୃଦ୍ଧାଙ୍କର ପ୍ରାୟ ୨୦ କୋଟି ଟଙ୍କା ଠକି ନେଇଛନ୍ତି। ପୁଲିସର ସୂଚନାନୁସାରେ, ଜଣେ ବ୍ୟକ୍ତି ନିଜକୁ ‘ସିବିଆଇ ଅଧିକାରୀ’ର ପରିଚୟ ନେଇ ବୃଦ୍ଧାଙ୍କୁ ଫୋନ୍‌ କରିଥିଲା। ୨୬ ଡିସେମ୍ବର ୨୦୨୪ରୁ ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖ ମଧ୍ୟରେ ଘଟିଥିବା ଏକ ଅପରାଧ ମାମଲାରେ ତିନିଜଣ ଗିରଫ ହୋଇ ସାରିଛନ୍ତି। ତାଙ୍କର ଆଧାର କାର୍ଡ ବ୍ୟବହାର କରି ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ସହ ଏଥିରେ କୋଟିକୋଟି ଟଙ୍କା ବେଆଇନ କାରବାର କରାଯାଇଛି ବୋଲି କହିଥିଲା।

    ଏହି ମାମଲାରେ ତାଙ୍କୁ ‘ଡିଜିଟାଲ୍‌ ଗିରଫ’ କରାଯାଇଛି। ଏହି ସମୟ ମଧ୍ୟରେ ସେ କେଉଁ ଆଡ଼େ ଯାଇପାରିବେ ନାର୍ହି। ମୋବାଇଲ୍‌ ବନ୍ଦ କରିପାରିବେ ନାହିଁ। ପ୍ରତି ତିନିଘଣ୍ଟାରେ ଥରେ ଫୋନ୍‌ରେ କଥା ହେବେ। ଯଦି ଏହାର ଅମାନ୍ୟ ହୁଏ ତେବେ ବୃଦ୍ଧା ଓ ତାଙ୍କ ସନ୍ତାନମାନଙ୍କୁ ଗିରଫ କରାଯିବ ବୋଲି ଠକ ଜଣକ ଧମକ ଦେଇଥିଲେ। ଗିରଫ ଭୟରେ ବୃଦ୍ଧାଜଣକ ୨ ମାସ ଧରି ଘରେ ରହିଥିଲେ। କେବଳ ଖାଇବା ନିମନ୍ତେ ପ୍ରକୋଷ୍ଠରୁ ବାହାରକୁ ଆସୁଥିଲେ। ଠକଙ୍କ କହିବାନୁସାରେ ୨୦ କୋଟି ୨୬ ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ। ତଦନ୍ତ ଶେଷ ହେବା ପରେ ଏହି ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ବୃଦ୍ଧାଙ୍କ ହାବଭାବରେ ପରିବର୍ତ୍ତନ ନେଇ ଘରର ଚାକରାଣୀ ବୃଦ୍ଧାଙ୍କ ଝିଅକୁ ଜଣାଇଥିଲେ। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଆକାଉଣ୍ଟ ଗୁଡ଼ିକ ମଧ୍ୟରୁ ମାଲାଡ୍‌ ଅଞ୍ଚଳର ସାୟାନ୍‌ ଜାମିଲ୍‌ ଶେଖ୍‌ (୨୦) ନାମକ ଜଣେ ବ୍ୟକ୍ତିର ଆକାଉଣ୍ଟକୁ ଚିହ୍ନଟ କରାଯାଇଛି। ଆକାଉଣ୍ଟରେ ଥିବା ୭୭ ଲକ୍ଷ ଟଙ୍କାକୁ ଫ୍ରିଜ୍‌ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ