Wednesday, November 11, 2026
25.5 C
Odisha

    ଡିଜିଟାଲ ଆରେଷ୍ଟ ଓ ଅନ୍ୟ ସାଇବର ଠକେଇ ନିୟନ୍ତ୍ରଣ ପ୍ରସଙ୍ଗ; ହ୍ବାଟ୍ସଆପ୍ ଠାରୁ ପ୍ରସ୍ତାବ ଲୋଡ଼ିଲେ ସୁପ୍ରିମକୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଡିଜିଟାଲ ଆରେଷ୍ଟ ଓ ଅନ୍ୟାନ୍ୟ ସାଇବର ଠକେଇକୁ ନିୟନ୍ତ୍ରଣ କରିବା ଲାଗି ସୁପ୍ରିମକୋର୍ଟ ହ୍ବାଟ୍ସଆପ୍ ଓ ଅନ୍ୟ ଡିଜିଟାଲ ସଂସ୍ଥାଗୁଡିକ ଠାରୁ ପ୍ରସ୍ତାବ ଲୋଡିଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ପୀଠ ଡିଜିଟାଲ ସଂସ୍ଥାଗୁଡିକ ଠାରୁ ଏହି ପ୍ରସ୍ତାବ ଲୋଡିଛନ୍ତି। ଡିଜିଟାଲ ସଂସ୍ଥାଗୁଡିକ ସାଇବର ଠକେଇକୁ ନିୟନ୍ତ୍ରଣ ସମ୍ପର୍କିତ ସବିଶେଷ ପ୍ରସ୍ତାବ କୋର୍ଟକୁ ଦେବା ସହ ଭାରତୀୟ ସାଇବର ଅପରାଧ ସମନ୍ବୟ କେନ୍ଦ୍ର (୧୪ସି)କୁ ମଧ୍ୟ ଜଣାଇବେ। ପ୍ରସ୍ତାବ ଲୋଡିବା ସମ୍ପର୍କିତ ନିର୍ଦେଶ ସୁପ୍ରିମକୋର୍ଟ ୱେବସାଇଟ୍‌ରେ ଅକ୍ଟୋବର ୨୯ରେ ଅପଲୋଡ କରାଯାଇଛି। ପ୍ରସ୍ତାବ ମିଳିବା ପରେ ନଭେମ୍ବର ୨୯ରେ ଏହି ପ୍ରସଙ୍ଗରେ ପୁନର୍ବାର ଶୁଣାଣି ହେବ। ଦେଶର ଘଟୁଥିବା ଡିଜିଟାଲ ଆରେଷ୍ଟ ଓ ଅନ୍ୟାନ୍ୟ ସାଇବର ଅପରାଧ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ଶୁଣାଣି କରୁଛନ୍ତି। ଅକ୍ଟୋବର ୨୯ରେ ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦେଶନାମାରେ ଡିଜିଟାଲ ଆରେଷ୍ଟ ଓ ଅନ୍ୟାନ୍ୟ ସାଇବର ଠକେଇ କ୍ଷେତ୍ରରେ ବ୍ୟାଙ୍କ ଓ ଅର୍ଥ ଲଗାଣକାରୀ ସଂସ୍ଥାଗୁଡିକୁ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ଡିଜିଟାଲ ଠକେଇ କ୍ଷେତ୍ରରେ କ୍ଷତି ଅର୍ଥକୁ ଫେରାଇ ଆଣିବାରେ ବ୍ୟାଙ୍କ ଯଦି ଉପଯୁକ୍ତ ପଦକ୍ଷେପ ନ ନିଏ ତେବେ ବ୍ୟାଙ୍କ କ୍ଷତିପୂରଣ ପ୍ରଦାନ କରିବାକୁ ବାଧ୍ୟ ହେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.5 ° C
    25.5 °
    25.5 °
    58 %
    1.3kmh
    0 %
    Wed
    27 °
    Thu
    26 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ