Thursday, November 12, 2026
25.8 C
Odisha

    ପାଳଙ୍ଗଠାରୁ ବି ଗୁଣକାରୀ ଏହି ଶାଗ ! ଖାଇଲେ ଶରୀରକୁ ମିଳିବ ଏତେ ଫାଇଦା

    ଆଗକୁ ପଢନ୍ତୁ

    ସବୁଜ ପନିପରିବା ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ସୁସ୍ଥ ଶରୀର ପାଇଁ ଡାକ୍ତରମାନେ ମଧ୍ୟ ନିୟମିତ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ଆଜି ଆମେ ଏପରି ଏକ ଶାଗ ବିଷୟରେ କହିବୁ, ଯାହା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ, ଚାଷ କରିବା ମଧ୍ୟ ବେଶ୍ ସହଜ। ଏହା ହେଉଛି ପୋଇ ଶାଗ। ଭିଟାମିନ୍‌, ମିନେରାଲ୍ସ ଓ ଫାଇବରରେ ଭରପୂର ଏହି ଶାଗ ଆମ ଶରୀରକୁ ଅନେକ ପୋଷଣ ଯୋଗାଇଥାଏ। ଆସନ୍ତୁ ଜାଣିବା ପୋଇ ଶାଗ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ।

    ପୋଇ ଶାଗ ଏକ ଏପରି ସବୁଜ ପନିପରିବା, ଯାହାକୁ ବର୍ଷର ଅଧିକାଂଶ ସମୟରେ ବଜାରରେ ସହଜରେ ମିଳିଥାଏ । ଏହାର ଖାସ୍ କଥା ହେଉଛି, ଏହାକୁ ଘରର ଛାତ, ବାଲକୋନି କିମ୍ବା ଛୋଟ ବଗିଚାରେ ମଧ୍ୟ ଲଗାଇ ହେବ। କମ୍ ଜାଗାରେ ସହଜରେ ଚାଷ କରାଯାଇପାରୁଥିବା ଏହି ଶାଗ ପୋଷକ ତତ୍ତ୍ୱର ଏକ ଭଲ ଉତ୍ସ । ପୋଇ ଶାଗରେ ଭିଟାମିନ୍ A, ଭିଟାମିନ୍ C, ପ୍ରୋଟିନ୍‌, ମ୍ୟାଗ୍ନେସିୟମ୍‌, ଫସଫରସ୍‌, ପୋଟାସିୟମ୍‌, କ୍ୟାଲସିୟମ୍‌ ଏବଂ ବିଟା କ୍ୟାରୋଟିନ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଏହି ତତ୍ତ୍ୱଗୁଡ଼ିକ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ସୁସ୍ଥ ରଖିବା ସହ ଆଖି ଓ ତ୍ୱଚାର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ।

    ପୋଇ ଶାଗରେ ଥିବା ଆଇରନ୍ ଶରୀରରେ ହିମୋଗ୍ଲୋବିନ୍ ତିଆରିରେ ସାହାଯ୍ୟ କରେ। ବିଶେଷକରି ମହିଳାମାନଙ୍କ ପାଇଁ ଏହା ଏକ ପୋଷଣଯୁକ୍ତ ଖାଦ୍ୟ ହୋଇପାରେ। ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ସହ କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୋଇଥାଏ । କେବଳ ସେତିକି ନୁହେଁ, ପୋଇ ଶାଗରେ ଥିବା କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ହାଡ଼ର ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହା ସହିତ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର କୋଷଗୁଡ଼ିକୁ ସୁରକ୍ଷା ଦେବାରେ ସହାୟକ ହୁଏ।

    ପୋଇ ଶାଗକୁ ଆପଣ ବିଭିନ୍ନ ଉପାୟରେ ଖାଇପାରିବେ । ଏହାକୁ ଭାଜି, ଡାଲିରେ ପକାଇ, ତରକାରି କିମ୍ବା ପକୁଡ଼ି କରି ଖାଇପାରିବେ। ତେବେ ଶାଗକୁ ଭଲ ଭାବେ ଧୋଇ ରାନ୍ଧି ଖାଇବା ଉଚିତ । ତେବେ ସୁସ୍ଥ ରହିବା ପାଇଁ ନିଜ ଖାଦ୍ୟ ତାଲିକାରେ ପୋଇ ଶାଗ ଭଳି ପୋଷଣଯୁକ୍ତ ସବୁଜ ପନିପରିବାକୁ ସାମିଲ କରନ୍ତୁ। ତେବେ ମନେ ରଖନ୍ତୁ, କେବଳ ପୋଇ ଶାଗ ଖାଇଲେ ରକ୍ତହୀନତା କିମ୍ବା ନିଦ୍ରାହୀନତା ଭଳି ସମସ୍ୟା ଦୂର ହୋଇଯାଏ ନାହିଁ। ଏଥିପାଇଁ ସନ୍ତୁଳିତ ଖାଦ୍ୟ ଓ ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ଜରୁରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.8 ° C
    25.8 °
    25.8 °
    66 %
    1.4kmh
    0 %
    Thu
    26 °
    Fri
    27 °
    Sat
    27 °
    Sun
    26 °
    Mon
    26 °

    ସମ୍ବନ୍ଧିତ