ଶୀତ ଦିନରେ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ଯଥା ଏହି ଦିନରେ ଫେସ୍ ଅଧିକ ମାତ୍ରାରେ ଡ୍ରାଏ ପଡିଯାଏ ଏବଂ ସୋନ୍ଦର୍ଯ୍ୟ ନଷ୍ଟ ହେବାକୁ ଲାଗିଥାଏ । ଯେଉଁଥିପାଇଁ ଝିଅମାନେ ଅଧିକ ଚିନ୍ତାରେ ରହୁଛନ୍ତି । ଏହି ଦିନରେ ଶୁଖିଲା ପବନ ହେତୁ ଫେସ୍ ଡ୍ରାଏ ହେବାକୁ ଲାଗେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେମାନେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ହେଲେ କୈଣସି ଲାଭ ମିଳି ନଥାଏ। ଯଦି ଆପଣ ସକାଳୁ ଉଠିବା ପରେ ଏହି କିଛି ସୁସ୍ଥ ଟିପ୍ସ ଅନୁସରଣ କରନ୍ତି, ତେବେ ଆପଣଙ୍କ ସମସ୍ୟା ଦୂର ହୋଇପାରିବ । ଜାଣନ୍ତୁ କିଛି ଟିପ୍ସ ବିଷୟରେ ।
ପାଣିରେ ମୁହଁ ଧୋଇ ଦିଅନ୍ତୁ : ଆପଣଙ୍କ ସ୍କିନ୍ ଯେଉଁ ପ୍ରକାରର ହେଉ ନା କାହିଁକି, ସକାଳୁ ଉଠି ସର୍ବପ୍ରଥମେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା ବ୍ଲଡ୍ ସାର୍କୁଲେସନ୍ ଭଲ ହୋଇଥାଏ, ଯାହା ସ୍କିନର ଡ୍ରାଏନେସକୁ କମ୍ ରଖିଥାଏ । ଏହା ସହ ଫେସରେ ଚମକ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।
ନଡ଼ିଆ ତେଲରେ ମସାଜ୍ କରନ୍ତୁ : ଆପଣ ଫେସ୍ ଧୋଇବା ପରେ ନଡ଼ିଆ ତେଲରେ ଫେସକୁ ମସାଜ୍ କରନ୍ତୁ । ଯାହା ଦ୍ୱାରା ଆପଣଙ୍କ ସ୍କିନର ଡ୍ରାଏ ନେସ୍ ଦୂର ହେବ ।ଆପଣଙ୍କୁ ମନେ ରଖିବା ଉଚିତ୍ ଯେ, ଏହି ମସାଜକୁ ହାତରେ ଧୀରେ ସୁସ୍ଥେ କରିବାକୁ ହେବ । ଏହାକୁ ଯଦି ଆପଣ ଦୈନିକ କରନ୍ତି ତେବେ ଆପଣଙ୍କର ସମସ୍ତ ପ୍ରକାରର ଫେସ୍ ସମସ୍ୟା ଦୂର ହେବାକୁ ଲାଗିବ ।
ଉଷୁମ ପାଣି ପିଅନ୍ତୁ : ସକାଳୁ ଉଠିବା ପରେ ଚା’ କିମ୍ବା କଫି ପିଇବା ପରିବର୍ତ୍ତେ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତୁ । ଉଷୁମ ପାଣି ପିଇବା ଦ୍ୱାରା କେବଳ ଓଜନ କମ୍ ହୁଏ ନାହିଁ ବରଂ ଏହା ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ସକାଳେ ପାଣିବା ଶରୀରକୁ ଡିଟକ୍ସାଇଫ୍ କରିଥାଏ । ଏହା ଶରୀରରେ ଥିବା ମଇଳାକୁ ସଫା କରିଥାଏ ଏବଂ ଚେହେରାରେ ଗ୍ଲୋ ଆଣିଥାଏ ।
ମଶ୍ଚରାଇଜର ଲଗାନ୍ତୁ : ହାଇଡ୍ରେଟ୍ ଚର୍ମ ପାଇଁ ମଶ୍ଚରାଇଜର ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଏହାକୁ ଯଦି ଆପଣ ଦୈନିକ ବ୍ୟବହାର କରନ୍ତି ତେବେ ଡ୍ରାଏ ନେସ୍ ଦୂର ହେବାକୁ ଲାଗିବ । ଆପଣ ଯେଉଁ ମଶ୍ଚରାଇଜର ବ୍ୟବହାର କରୁଛନ୍ତି ସେଥିରେ ‘ଭିଟାମିନ୍ ଇ’ ରହିଥିବା ନିହାତି ଆବଶ୍ୟକ । ଏହା ସହ ଆପଣଙ୍କ ଚର୍ମ କୋମଳ କରିବାରେ ସାହାଯ୍ୟ କରିଥାଏ । ଏଥି ସହ ଆପଣ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ଯାହା ଆପଣଙ୍କ ଚର୍ମ ପାଇଁ ବେସ୍ ଲାଭ ଦାୟକ ହୋଇପାରିବ ।
ଯଦି ଆପଣ ଫେସ୍ ପାଇଁ ଚିନ୍ତିତ ଅଛନ୍ତି ତେବେ ଏହି ଟିପ୍ସକୁ ଫଲୋ କରନ୍ତୁ, ଦେଖିବେ ଆପଣଙ୍କର ହଜିଯାଇଥିବା ଚେହେରାକୁ ଫେରି ପାଇବେ ।