Friday, August 28, 2026
29.8 C
Odisha

    ଡ୍ୟାନ୍ସ ପାର୍ଟି ବେଳେ ତୁମୁଳ କାଣ୍ଡ, ୪ ଗୁରୁତର ଆହତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର   : ଡ୍ୟାନ୍ସ ପାର୍ଟିରେ ରକ୍ତାକ୍ତ ରାତି । ନୟାପଲ୍ଲୀର ଏକ ହୋଟେଲରେ ଆୟୋଜିତ ଡ୍ୟାନ୍ସ ପାର୍ଟି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିବା ବଚସା ପରେ ଭୟଙ୍କର ସଂଘର୍ଷର ରୂପ ନେଇଛି । ଏହି ଗଣ୍ଡଗୋଳରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ୬ରୁ ଅଧିକ ଯୁବକଙ୍କୁ ନୟାପଲ୍ଲୀ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଗତକାଲି ବିଳମ୍ବିତ ରାତିରେ ପାର୍ଟି ଚାଲିଥିବା ସମୟରେ ନାଚକୁ କେନ୍ଦ୍ର କରି ବିବାଦ ଉପୁଜିଥିଲା ଏବଂ ପରେ ପରିସ୍ଥିତି ଉଗ୍ର ରୂପ ନେଇଥିଲା ।

    ଗଣ୍ଡଗୋଳର ଖବର ପାଇ ପୋଲିସ ପହଞ୍ଚିଥିଲେ ମଧ୍ୟ କିଛି ଯୁବକ ପୋଲିସ ସହ ଯୁକ୍ତିତର୍କ କରିବା ସହ ଧମକ ଦେଇଥଲେ । ସେଥିମଧ୍ୟରୁ ଦୁଇ ଜଣ ଯୁବକ ନିଜକୁ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଭଣଜା ଏବଂ ଜଣେ IPS ଅଧିକାରୀଙ୍କ ପୁତୁରା ବୋଲି ପରିଚୟ ଦେଇ ପୋଲିସ ଉପରେ ପ୍ରଭାବ ଖଟାଇବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି । ତେବେ ପୋଲିସ କାହାରି ଚାପକୁ ଖାତିର ନକରି ଘଟଣାର ତଦନ୍ତ ଜାରି ରଖିଛି । ରାଜଧାନୀରେ ବଢ଼ୁଥିବା ନାଇଟ୍ ପାର୍ଟି ଗଣ୍ଡଗୋଳ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.8 ° C
    29.8 °
    29.8 °
    70 %
    4.6kmh
    91 %
    Fri
    29 °
    Sat
    30 °
    Sun
    27 °
    Mon
    27 °
    Tue
    23 °

    ସମ୍ବନ୍ଧିତ