Saturday, June 28, 2025
26.7 C
Odisha

    ଡ୍ୟୁଟି ବେଳେ ନିରୀହ କୁକୁରକୁ ଉଦ୍ଧାର କରି ଚର୍ଚ୍ଚାରେ ଯୁବ ଆଇପିଏସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ନାଇଟ୍ ବ୍ଲକିଂ ବେଳେ ରାସ୍ତାରେ ବୁଲୁଥିବା ଏକ କୁକୁର ଛୁଆର ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ମହିଳା ପୋଲିସ ଅଧିକାରୀ । ତେବେ ଏହି ଯୁବ ଆଇପିଏସ୍ ହେଉଛନ୍ତି ସୋନାଲି ସିଂହ ପରମାର । ଯେଉଁ ହାତ ସାହସର ସହିତ ବନ୍ଧୁକ ଉଠାଇ ଗୁଳି ଚଳାଇ ପାରେ ସେ ହାତ ଯତ୍ନର ସହିତ ନିରୀହ ଜୀବଙ୍କ ସାହାଯ୍ୟ ବି କରିପାରେ । ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ସୋନାଲି ।  ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଛକର ଘଟଣା । କଡ଼ା ନାଇଟ ବ୍ଲକିଂ ଓ ଚେକିଂରେ ସାମିଲ ଥିଲେ ପୋଲିସ ଅଧିକାରୀଙ୍କ ସହିତ ଜୋନ ୬ ଏସିପି ଦାୟିତ୍ବରେ ଥିବା ସୋନାଲି ସିଂହ ପରମାର୍ । ଆଉ ସେତିକି ବେଳେ ରାସ୍ତାରେ ହଠାତ ଅନ୍ୟପାର୍ଶ୍ବକୁ ଯାଇଥିଲେ ସୋନାଲି । କେହି କିଛି ପ୍ରଥମେ ବୁଝି ପାରିଲେନି । ନାଇଟ୍ ଚେକିଂ ବେଳେ ସୋନାଲି ଏମିତି କାହିଁକି ଏକା ଆରପଟକୁ ଯାଉଛନ୍ତି ସମସ୍ତଙ୍କ ମନରେ ପ୍ରଶ୍ନ ଆସିଥିଲା ସତ। କିନ୍ତୁ ନୀରିହ କୁକୁର ଛୁଆକୁ ହାତରେ ଧରିବା ପରେ ସବୁ କିଛି ସ୍ପଷ୍ଟ ହୋଇଯାଇଥିଲା । ରାସ୍ତାରେ ଗାଡ଼ି ମଟର ଦ୍ରୁତ ଗତିରେ ଯାଉଥିବା ବେଳେ ଗୋଟିଏ କୁକୁର ଛୁଆ ରାସ୍ତା ଉପରେ ବୁଲାବୁଲି କରୁଥିବା ଦେଖିଥିଲେ ସୋନାଲି । କୁକୁର ଛୁଆ ଜୀବନ ପ୍ରତି ବିପଦ ଥିବା ଜାଣିପାରି ଦୌଡ଼ି ଯାଇ କୁକୁର ଛୁଆଟିକୁ ମଝି ରାସ୍ତାରୁ ଉଠାଇ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଥିଲେ ।

    ଏପରି କାର୍ଯ୍ୟ ପୁଣି ଥରେ ଖାକି ଭିତରେ ଥିବା ଜଣେ ହୃଦୟବାନ ମଣିଷର ଚିତ୍ର ସହ ଜୀବେ ଦୟାର ଯଥାର୍ଥକୁ ଦେଖାଇଛି । ଆଜିକାଲି ଯୁଗରେ ଏଭଳି ନିସ୍ବାର୍ଥପର ସେବାଭାବ ଖୁବ କମ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ ଏବଂ ଏପରି ଘଟଣା ଆମକୁ ଅନେକ ପ୍ରେରଣା ଯୋଗାଇଥାଏ । ସୋନାଲିଙ୍କ ଏହି ଦୟା ମନୋଭାବ ଦ୍ୱାରା ଗୋଟିଏ ନୀରିହ କୁକୁରର ଜୀବନ ବଞ୍ଚିପାରିଛି, ଯାହା ଖୁବ ପ୍ରଶଂସନୀୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    78 %
    3.6kmh
    100 %
    Sat
    31 °
    Sun
    29 °
    Mon
    26 °
    Tue
    28 °
    Wed
    27 °

    ସମ୍ବନ୍ଧିତ