Friday, October 2, 2026
22.2 C
Odisha

    ଅନାଥ ଝିଅର ହାତଧରି ମହାନତା ଦେଖାଇଲେ ଯୁବକ, ବାହାଘରରେ ଯୋଗଦେଲେ ଜିଲ୍ଲପାଳ ଓ ଏସପି

    ଆଗକୁ ପଢନ୍ତୁ

    ଜଗତସିଂହପୁର  : ଜଗତସିଂହପୁର ସଦର ହାଟବଜ଼ାର ସ୍ଥିତ ଶିଶୁ ଆଶ୍ରମରେ ୧୦ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ରହିଥିବା ବାପା ମାଆ ଛେଉଣ୍ଡ ଝିଅ ପ୍ରତିମାଙ୍କ ବାହାଘର ବୟସ ହୋଇଯିବାରୁ ଚିନ୍ତାରେ ଥିଲେ ଆଶ୍ରମ ପରିଚାଳକ । ହେଲେ ଭଗବାନଙ୍କ କୃପାରୁ ମିଳିଗଲେ ତାଙ୍କୁ ତାଙ୍କ ଜୀବନ ସାଥୀ । ବରପାତ୍ର ଖୋଜା ଚାଲିଥିବାବେଳେ, ପ୍ରତିମାଙ୍କ ହାତ ଧରିବାକୁ ବାହାରିଲେ ରଘୁନାଥପୁର ବ୍ଲକ ଗୁଆଲିପୁରର ଅବସରପ୍ରାପ୍ତ ସନ୍ୟବାହିନୀ କର୍ମଚାରୀ ସ୍ୱର୍ଗତ ନିକୁଞ୍ଜ ବିହାରୀ ପଟ୍ଟନାୟକଙ୍କ ଜ୍ୟୋଷ୍ଠ ପୁତ୍ର ରାକେଶ।  ଶିଶୁ ଆଶ୍ରମର ପରିଚାଳନା କମିଟି, ଜ଼ିଲ୍ଲା ଶିଶୁସୁରକ୍ଷ୍ୟା ୟୁନିଟ୍, ଶିଶୁ ମଙ୍ଗଳ କମିଟିର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ବିଭାଘର। ଏହି ଉତ୍ସବରେ ଜ଼ିଲ୍ଲାପାଳ ଜେ ସୋନାଲ, ଏସ୍ ପି  ଭବାନୀ ଶଙ୍କର, ଏଡିଏମ୍  ଜ୍ୟୋତି ଶଙ୍କର ବେହେରା, ଶିଶୁ ସୁରକ୍ଷ୍ୟା ଅଧିକାରୀ, ଶିଶୁ ମଙ୍ଗଳ ଅଧିକାରୀ ଓ ଅନ୍ୟାନ୍ୟ ସରକାରୀ ପଦାଧିକାରୀମାନେ ଯୋଗ ଦେଇଥିବାବେଳେ ସହରର ବୁଦ୍ଧିଜୀବୀ, ବ୍ୟବସାୟୀ, ସମାଜସେବୀ, ପରିବେଶବିତ, ଆଇନୀଜୀବୀ ପ୍ରମୁଖ  ଯୋଗଦେଇଥିଲେ ।

    ଏପଟେ ଶିଶୁ ମଙ୍ଗଳ ଅଫିସର ଏଡୀ ଓ ପରୀକ୍ଷିତ ପାଢ଼ୀ ଝିଅର ପିତା ହୋଇ କନ୍ୟାଦାନ କରିଥିବା ବେଳେ ପୁଅର ମାମୁଁ ଝିଅକୁ ଗ୍ରହଣ କରିଥିଲେ । ନାଚ ଗୀତ ବାଜା ବାଣରେ କମ୍ପିଥିଲା ଆଶ୍ରମ ପରିବେଶ । ବରଗାଡ଼ି ପ୍ରୋସେସନ କରି ବାଣ ରୋଷଣୀରେ ପହଁଚିଥିଲେ ଶିଶୁ ଆଶ୍ରମରେ । ଏହାପରେ ବାଟବରଣୀ ଓ ପରେ ବେଦିରେ ହୋଇଥିଲା ବାହାଘର ବିଧି ବିଧାନ ସହିତ ଦୁଇ ଜଣ ପୁରୋହିତ କରିଥିଲେ ବିଭାଘର । ହାତଗଣ୍ଠି ପଡିଥିଲା ଯାହାକୁ ଅନ୍ତେବାସୀ ସାନ ଭଉଣୀ ଖୋଲିଥିଲେ । ଭିଣୋଇଙ୍କ ଠାରୁ ଆଣିଥିଲେ ହାତଗଣ୍ଠି ଫିଟା ରାଶି । ଶଙ୍ଖ ମହୁରୀ ଶବ୍ଦରେ ପୁରି ଉଠିଥିଲା ପରିବେଶ ।

    ଏହି ବାହାଘରରେ ନବବଧୂ ସାଜି ପ୍ରତିମା ବହୁତ ଖୁସି ଥିବାବେଳେ, ଆଶ୍ରମ ଛାଡୁ ଥିବାରୁ ସେ ଦୁଃଖପ୍ରକାଶ କରିଥିଲେ ମଧ୍ୟ। ଏପଟେ ବର ରାକେଶ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ  ଅନାଥ ଝିଅକୁ ଗ୍ରହଣ କରିଥିବାରୁ ଜ଼ିଲ୍ଲାପାଳ ଏଭଳି ଆଦର୍ଶ କାର୍ଯ୍ୟକୁ ପ୍ରଶଂସା କରିବା ସହ ଝିଅକୁ ପଚାଶ ହଜାର ଟଙ୍କା ଚେକ୍ ଆକାରରେ ଦେଇଛନ୍ତି ଓ ଯୁବ ପିଢ଼ି ଏଭଳି କାର୍ଯ୍ୟରେ ଅନୁପ୍ରାଣିତ ହେବାକୁ କହିଛନ୍ତି ଜିଲ୍ଲାପାଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ