Thursday, June 4, 2026
40.5 C
Odisha

    ତତଲା ଝାଞ୍ଜିରେ ଜଳୁଛି ସାରା ଓଡିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଓଡ଼ିଶାରେ ତାତି । ଆକାଶରୁ ଝରୁଛି ନିଆଁ ବର୍ଷା । ୪୪ ଡିଗ୍ରିରେ ଜଳୁଛି ଝାରସୁଗୁଡ଼ା ଓ ତାଳଚେର । ସକାଳ ୮ଟାରୁ  ତତଲା ଝାଞ୍ଜିରେ ଦେହମୁଣ୍ଡ ପୋଡ଼ି ଦେବା ଭଳି ମନେ ହେଉଛି । ଗତକାଲିଠୁ ସ୍ଥିତି ଆଜି ଆହୁରି ଗମ୍ଭୀର । ଗତକାଲି ଝାରସୁଗୁଡ଼ା ୪୪.୬ ଡିଗ୍ରି ସହ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ରାଜଧାନୀ ଭୁବନେଶ୍ବର ସମେତ ସମ୍ବଲପୁର, ରାଉରକେଲାରେ ୪୨ ଛୁଇଁଲାଣି ପାରଦ । ୮ ସହର ତାପମାତ୍ରା ୪୩ ଡିଗ୍ରୀ ଉପରେ । ୪୦ ଡିଗ୍ରୀ ଅତିକ୍ରମ କରିଛି ୨୪ ସହରର ଦିନ ତାପମାତ୍ରା ।

    ଅସମ୍ଭାଳ ତାତି ଓ ଗୁଳୁଗୁଳି ଯୋଗୁଁ ଦିନବେଳା ଏକପ୍ରକାର କର୍ଫ୍ୟୁ ଭଳି ମନେହେଉଛି। ରାସ୍ତାଘାଟ ସବୁ ଶୁନଶାନ୍ ହୋଇପଡୁଛି । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, କେନ୍ଦୁଝର, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରି ସତର୍କ କରାଇଛି ପାଣିପାଗ ବିଭାଗ । ବଲାଙ୍ଗୀର, ସମ୍ବଲପୁର ଓ କନ୍ଧମାଳରେ ଅତ୍ୟଧିକ ଗରମ ଯୋଗୁଁ ରାତି ତାପମାତ୍ରା ଉତ୍ତପ୍ତ ରହିବ । ଏଣୁ ଏହି ତିନି ଜିଲ୍ଲା ପାଇଁ ରାତିରେ ବି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦେଶରେ ଉତ୍ତପ୍ତ ସହର ତାଲିକାର ପ୍ରଥମ ୧୦ ମଧ୍ୟରେ ଓଡ଼ିଶାର ୬ ସହର ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40.5 ° C
    40.5 °
    40.5 °
    23 %
    2kmh
    68 %
    Thu
    39 °
    Fri
    41 °
    Sat
    41 °
    Sun
    42 °
    Mon
    43 °

    ସମ୍ବନ୍ଧିତ