Saturday, October 3, 2026
23.6 C
Odisha

    ତମନ୍ନା ଭାଟିଆଙ୍କୁ ଜେରା ଇଡି ଜେରା

    ଆଗକୁ ପଢନ୍ତୁ

    ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ କରିବା ମାମଲାରେ ଅଭିନେତ୍ରୀଙ୍କୁ ଇଡି ପକ୍ଷରୁ ପଚରାଉଚରା କରାଯାଉଛି। ଏହି ଆପରେ ଆଇପିଏଲ ମ୍ୟାଚ ବେଆଇନ ଭାବେ ଟେଲିକାଷ୍ଟ କରାଯାଇଥିଲା। ଏହି କାରଣରୁ ଭିଆକମ ୧ କୋଟି ଟଙ୍କା କ୍ଷତି ସହିଥିଲା। ଏହି ମାମଲାରେ ତାଙ୍କର ସମ୍ପୃକ୍ତି ଥିବାରୁ ତମନ୍ନା ଭାଟିଆଙ୍କୁ ଗୁଆହାଟୀର ଇଡି କାର୍ଯ୍ୟାଳୟରେ କ୍ରମାଗତ ପଚରାଉଚରା କରାଯାଉଛି।ଏହା ବ୍ୟତୀତ HPZ ଆପ ସମ୍ବନ୍ଧରେ ମଧ୍ୟ ପଚରାଉଚରା କରାଯାଉଛି। HPZ ଆପ ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ତମନ୍ନା ଭାଟିଆଙ୍କୁ ପଚରାଉଚରା କରିଥିଲା। ଏହି ଆପକୁ ତମନ୍ନା ଭାଟିଆ ପ୍ରୋମୋଟ କରିଥିଲେ। ଏହି HPZ ଆପ ମହାଦେବ ବେଟିଂ ଆପ ସହିତ ମଧ୍ୟ ସଂଯୁକ୍ତ । HPZ ଆପ ସ୍କାମରେ ପଚରାଉଚରା ପାଇଁ ଇଡି ତମନ୍ନା ଭାଟିଆଙ୍କୁ ଡାକିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ