Thursday, October 8, 2026
22.2 C
Odisha

    ତରୁଣ ତେଜପାଲଙ୍କୁ ବଡ଼ ଝଟକା: ଓଲଟି ଗଲା ରାୟ

    ଆଗକୁ ପଢନ୍ତୁ

    ମୁମ୍ବାଇ  : ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ୨୦୧୩ ମସିହାରେ ଗୋଆର ଏକ ହୋଟେଲରେ ଜଣେ ସହକର୍ମୀଙ୍କୁ ଦୁଷ୍କର୍ମ ମାମଲାରେ ‘ତେହଲ୍‌କା’ ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବମ୍ବେ ହାଇକୋର୍ଟ ଗୁରୁବାର ଯୌନ ନିର୍ଯାତନା ମାମଲାରେ ତେଜପାଲଙ୍କ ଦୋଷମୁକ୍ତିକୁ ଖାରଜ କରିଦେଇଛନ୍ତି।

    କେଜ୍ରିୱାଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ

    ୨୦୧୩ ମସିହାରେ ଜଣେ ମହିଳା ସାମ୍ବାଦିକା ଅଭିଯୋଗ କରିଥିଲେ ଯେ, ତେଜପାଲ ତାଙ୍କୁ ହୋଟେଲ ଲିଫ୍ଟ ଭିତରେ ଯୌନ ନିର୍ଯାତନା ଦେଇଥିଲେ। ଅଭିଯୋଗ ଆସିବା ପରେ ତେଜପାଲଙ୍କୁ ଗିରଫ କରାଯାଇଥିଲା। ୨୦୧୭ ମସିହାରେ ‘ତେହଲକା’ର ପୂର୍ବତନ ସମ୍ପାଦକଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ବିଭିନ୍ନ ଧାରା ଅନୁଯାୟୀ ଅଭିଯୋଗ କରାଯାଇଥିଲା, ଯେଉଁଥିରେ ଦୁଷ୍କର୍ମ, ଯୌନ ନିର୍ଯାତନା ପରି ଅଭିଯୋଗ ରହିଥିଲା। କିନ୍ତୁ ତେଜପାଲ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ତେଜପାଲ ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଓ କହିଥିଲେ ଯେ, ତାଙ୍କୁ ଫସାଇ ଦିଆଯାଇଛି। କିନ୍ତୁ ସର୍ବୋଚ୍ଚ ଅଦାଲତ ଅଭିଯୋଗ ରଦ୍ଦ କରିବାକୁ ମନା କରିଦେଇଥିଲେ ଓ ଛଅ ମାସ ମଧ୍ୟରେ ମାମଲା ଶେଷ କରିବାକୁ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମେ ୨୦୨୧ରେ ଗୋଆ ସେସନ୍ସ କୋର୍ଟ ତେଜପାଲଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିଲେ।

    ତେବେ ଗୁରୁବାର ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚର ଜ‌ଷ୍ଟିସ ଡ. ନିଲା ଗୋଖଲେ ଓ ଜଷ୍ଟିସ ଅମିତ ଜମସାଣ୍ଡେକରଙ୍କ ଖଣ୍ଡପୀଠ ଗୋଆ ସରକାରଙ୍କ ଆବେଦନକୁ ମଞ୍ଜୁରୀ ଦେଇ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଖଣ୍ଡପୀଠ ତେଜପାଲଙ୍କୁ ଆଇପିସି ଧାରା ୩୭୬ (୨) (ଏଫ୍) ଓ ୩୭୬ (୨) (କେ) ଅନୁଯାୟୀ ‌ଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନ ଓ ଧାରା ୩୫୪ଏ ଓ ୩୫୪ବି ଅଧୀନରେ ଦୋଷୀ ପାଇଛନ୍ତି। ଅପରାହ୍ଣ ୨ଟା ୩୦ରେ କୋର୍ଟ ଦଣ୍ଡାଦେଶ ଶୁଣାଣି କରିବେ। ଶୁଣାଣିବେଳେ ତେଜପାଲ କୋର୍ଟରେ ହାଜର ଥିଲେ ଓ ତାଙ୍କ ପାଇଁ କୋହଳ ଦଣ୍ଡ ବ୍ୟବସ୍ଥା କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ।

    ଶୁଣାଣିବେଳେ ଗୋଆ ସରକାରଙ୍କ ପକ୍ଷରୁ ହାଜର ହୋଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ନିମ୍ନ ଅଦାଲତଙ୍କ ରାୟ ‘ଖରାପ ରାୟ ଦେବାର ଶ୍ରେଷ୍ଠ ଉଦାହରଣ।’ କୋର୍ଟ ଏପରି ରାୟ ଦେଇଥିଲେ ଯାହା ପୀଡ଼ିତାଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ