Thursday, October 8, 2026
22.2 C
Odisha

    ଏସ୍‌ସିଇଆର୍‌ଟିର ନିଷ୍ପତ୍ତି ; ଉଚ୍ଚ ଶିକ୍ଷାନୁଷ୍ଠାନ ନ ହୋଇ ବି ଡିଆଇଇଟିରେ ଖୋଲିବ ବିଏଡ୍‌

    ଆଗକୁ ପଢନ୍ତୁ

    କଟକ : ବହୁ ବିଷୟକ (ମଲ୍ଟି ଡିସିପ୍ଲିନାରୀ) ଉଚ୍ଚଶିକ୍ଷାନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ଶିକ୍ଷାନୁଷ୍ଠାନରେ ବିଏଡ୍‌ ପାଠ୍ୟକ୍ରମ ଖୋଲି ପାରିବନାହିଁ। ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନସିଟିଇ)ର ମାର୍ଗଦର୍ଶିକା ରହିଥିବାବେଳେ ଜାତୀୟ ଶିକ୍ଷା ନୀତି (ଏନଇପି)ରେ ମଧ୍ୟ ଏହି ନିୟମ ଅଛି; କିନ୍ତୁ ରାଜ୍ୟରେ ଏହି ନିୟମକୁ ପାଳନ କରାଯାଉନାହିଁ। ଚଳିତ ଶିକ୍ଷାବର୍ଷ ଠାରୁ ୫ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି)ରେ ବିଏଡ୍‌ ପାଠ୍ୟକ୍ରମରେ ପାଠପଢ଼ା ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି। ଡିଆଇଇଟିଗୁଡ଼ିକ ଉଚ୍ଚଶିକ୍ଷାନୁଷ୍ଠାନ କିମ୍ବା ବହୁ ବିଷୟକ ଶିକ୍ଷାନୁଷ୍ଠାନ ହୋଇ ନ ଥିବା ସ୍ଥଳେ କିଭଳି ଏଠାରେ ବିଏଡ୍‌ ପାଠ୍ୟକ୍ରମ ଆରମ୍ଭ ହେବ; ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଏଠାରେ ଛାତ୍ରଛାତ୍ରୀ ପଢ଼ି କୃତକାର୍ଯ୍ୟ ହୁଅନ୍ତି, ତାହେଲେ ସେମାନଙ୍କ ପ୍ରମାଣପତ୍ରର ବୈଧତାକୁ ନେଇ ବି ଆଶଙ୍କା ଦେଖାଦେଇଛି।
    ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଚାଲୁଥିବା ଡିଆଇଇଟି ଗୁଡ଼ିକରେ ମୁଖ୍ୟତଃ ଡିଇଏଲଇଡି ପାଠ୍ୟକ୍ରମ ଏବଂ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସେବାକାଳୀନ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏବେ ଢେଙ୍କାନାଳ, ପୁରୀ, ଭଦ୍ରକ, ଯାଜପୁର ଓ ଜଗତସିଂହପୁରରେ ଥିବା ୫ଟି ଡିଆଇଇଟିରେ ବିଏଡ୍‌ ପାଠ୍ୟକ୍ରମ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରତି ଡିଆଇଇଟିରେ ୫୦ ଲେଖାଏଁ ସିଟ୍‌ ରହିବ। ପୂର୍ବ ସରକାରଙ୍କ ଦ୍ବାରା ୨୦୧୬-୧୭ରେ ଉକ୍ତ ୫ଟି ଡିଆଇଇଟିରେ ୨ ବର୍ଷିଆ ବିଏଡ୍‌ ଖୋଲା ଯାଇଥିଲା; ଏହି ସଂସ୍ଥାନଗୁଡ଼ିକ ଉଚ୍ଚଶିକ୍ଷା ଅନୁଷ୍ଠାନ ହୋଇନଥିଲେ ମଧ୍ୟ ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଫକୀର ମୋହନ ବିଶ୍ବବିଦ୍ୟାଳୟ ଏହି ଶିକ୍ଷାନୁଷ୍ଠାନରେ ବିଏଡ୍‌ ଖୋଲିବାକୁ ସହବନ୍ଧିତ କରିଥିଲେ। ୨୦୨୧-୨୨ରେ ଓଡ଼ିଶାରେ ବିଏଡ୍‌ ପାଠ୍ୟକ୍ରମ ଗଣଶିକ୍ଷା ବିଭାଗରୁ ଉଚ୍ଚଶିକ୍ଷା ଅଧୀନକୁ ଆସିବା ପରେ ଉପରୋକ୍ତ ୫ ଡିଆଇଇଟିରେ ବିଏଡ୍‌ ବନ୍ଦ କରାଯାଇଥିଲା। ବର୍ତ୍ତମାନ କ୍ଷମତା ନଥିବା ସତ୍ତ୍ବେ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏସସିଇଆରଟି) ଏହି ୫ଟି ଡିଆଇଇଟିରେ ବିଏଡ୍‌ ଖୋଲିବାକୁ ନିର୍ଦେଶନାମା ଜାରି କରିଛନ୍ତି। ଯାହାକୁ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇବା ସହ ଏହା କେତେଦୂର ନିୟମ ସଂଗତ ବୋଲି କହିଛନ୍ତି। ତେବେ ରାଷ୍ଟ୍ରୀୟ ଶିକ୍ଷା ନୀତି ଏବଂ ଏନସିଟିଇ ମାର୍ଗଦର୍ଶିକା ଅନୁସାରେ କେବଳ ବହୁ ବିଷୟକ ଉଚ୍ଚ ଶିକ୍ଷାନୁଷ୍ଠାନରେ ବିଏଡ୍‌ ଖୋଲିପାରିବ; ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଡିଆଇଇଟିରେ ବିଏଡ୍‌ ଖୋଲିବାକୁ କିଭଳି ନିର୍ଦେଶାନାମା ଜାରି ହୋଇଛି। ଏପରିକି ଛାତ୍ର ଛାତ୍ରୀଙ୍କ ଠାରୁ ୪୫ ହଜାର ଟଙ୍କା କୋର୍ସ ଫି ନେବାକୁ ଏହି ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଏହା ହେଲେ ବିଏଡ୍‌ ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ଅଧୀନରେ ଚାଲିବ। ଓଡ଼ିଶାର ୧୬ଟି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କାରଣ ଏହି ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକ ବହୁ ବିଷୟକ ଶିକ୍ଷା ଅନୁଷ୍ଠାନ ନୁହନ୍ତି। ଏଭଳି ସ୍ଥିତିରେ ଉକ୍ତ ନିର୍ଦେଶାନାମାକୁ ନେଇ ଶିକ୍ଷାବିତ୍‌ ନାପସନ୍ଦ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ