ଝାରସୁଗୁଡ଼ା ଜିଲ୍ଳା ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲ -ଜୁରାବଗା ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଚଢିଯିବାରୁ ଜଣେ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଜିତେନ୍ଦ୍ର ଯାଦବ(୩୭)। ସେ ଝାଡ଼ଖଣ୍ଡ ନିବାସୀ ଓ ସେ ଏଠାରେ ଏକ ଟ୍ରକରେ ହେଲପର ଭାବେ କାର୍ଯ୍ୟ କରନ୍ତି।

