Monday, March 2, 2026
24.9 C
Odisha

    ତାମିଲନାଡ଼ୁ ବିଧାନସଭା ଅଧିବେସନରେ ହାଇଡ୍ରାମା, ରାଜ୍ୟପାଳ ଅଭିଭାଷଣ ପୂର୍ବରୁ ବାରମ୍ବାର ମାଇକ୍ ସ୍ବିଚ୍ ଅଫ୍ ଅଭିଯୋଗ

    ଆଗକୁ ପଢନ୍ତୁ

    ତାମିଲନାଡ଼ୁ ବିଧାନସଭା ଅଧିବେସନରେ ହାଇଡ୍ରାମା । ଜାତୀୟ ସଙ୍ଗୀତକୁ ଅପମାନ ଅଭିଯୋଗ। ଅଧିବେସନର ପ୍ରାରମ୍ଭିକ ଭାଷଣ ପୂର୍ବରୁ ଗୃହ ପରିତ୍ୟାଗ କରିଥିଲେ ତାମିଲନାଡ଼ୁ ରାଜ୍ୟପାଳ ଆର୍ ଏନ୍ ରବି । ଏହାସହ ନିଜର ଅଭିଭାଷଣ ପୂର୍ବରୁ ତାଙ୍କ ମାଇକ୍ ବାରମ୍ବାର ଅଫ୍ କରାଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଅଧିବେସନ ଆରମ୍ଭ ପୂର୍ବରୁ ସେ ନିଜର ଅଭିଭାଷଣ ରଖି ନ ପାରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ବାଚସ୍ପତି ଏମ୍ ଆପାଭୁ ରାଜ୍ୟପାଳଙ୍କୁ ବିଧାନସଭା ନିୟମ ଅନୁପାଳନ କରିବାକୁ ଅନୁରୋଧ କରିଥିଲେ ବି ଏହାକୁ କର୍ଣ୍ଣପାତ କରି ନ ଥିଲେ ରାଜ୍ୟପାଳ ।

    ପରବର୍ତ୍ତୀ ସମୟରେ ରାଜଭବନ ପକ୍ଷରୁ ବିଧାସଭାରେ ନିୟମ ଭଙ୍ଗ ଓ ରାଜ୍ୟପାଳଙ୍କ ଗୃହ ପରିତ୍ୟାଗ ନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଥିଲା । ନିଜ ଅଭିଭାଷଣ ରଖିବା ବେଳେ ବାରମ୍ବାର ମାଇକ୍ ସ୍ବିଚ୍ ଅଫ୍ ହେଉଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ରାଜ୍ୟରେ ଦଳିତଙ୍କ ପ୍ରତି ଅତ୍ୟାଚାର ଓ ଯୌନ ଶୋଷଣ ବୃଦ୍ଧି ପ୍ରସଙ୍ଗରେ ଅଭିଭାଷଣ ରଖିବା ବେଳେ ଲଗାତାର ଏହି ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏ ପ୍ରସଙ୍ଗ ତାଙ୍କୁ ନିଜର ପ୍ରତିକ୍ରିୟା ରଖିବାକୁ ଦିଆଯାଇ ନଥିବା ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ସେପଟେ ଜାତୀୟ ସଙ୍ଗୀତ ଗାନକୁ କର୍ଣ୍ଣପାତ ନ କରି ଉଭୟ ଶାସକ ବିରୋଧୀ ହୋହାଲ୍ଲା କରିଥିବାରୁ ଭୀଷଣ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟପାଳ ଆର ଏନ ରବି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    24 %
    1.7kmh
    2 %
    Mon
    25 °
    Tue
    36 °
    Wed
    37 °
    Thu
    38 °
    Fri
    38 °

    ସମ୍ବନ୍ଧିତ