Friday, October 2, 2026
28.6 C
Odisha

    ୧୦ ବର୍ଷ ପରେ ଆରବିଆଇ ବନ୍ଦ କଲା ଏସଜିବି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସୁନାରେ ନିବେଶ କରୁଥିବା ନିବେଶକମାନଙ୍କ ପାଇଁ ଆରବିଆଇରୁ ଆସିଲା ଦୁଃଖ ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ନିବେଶକମାନଙ୍କ ସକାଶେ ୨୦୧୫ରେ ଆରମ୍ଭ କରିଥିବା ସୋଭରେନ ଗୋଲ୍ଡ ବଣ୍ଡ(ଏସଜିବି) ସ୍କିମକୁ ବନ୍ଦ କରିଦେଇଛି। ବିଗତ କିଛି ବର୍ଷ ମଧ୍ୟରେ ସୁନା ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରୁ ସରକାରଙ୍କ ପାଇଁ ଏହି ସ୍କିମକୁ ଜାରି ରଖିବା କଷ୍ଟକର ହୋଇପଡ଼ିଥିଲା। ତେଣୁ ଆରବିଆଇ ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛି।ଭାରତରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୪ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ଆଗକୁ ବି ମୂଲ୍ୟ ବୃଦ୍ଧି ସମ୍ଭାବନା ରହିଛି। କମୋଡିଟି ବଜାର ବିଶେଷଜ୍ଞଙ୍କ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତାରିଫ ନିଷ୍ପତ୍ତି ପରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ।

    ଏସଜିବି ଏପରି ଏକ ଯୋଜନା ଥିଲା, ଯେଉଁଥିରେ ନିବେଶକମାନଙ୍କୁ ଶସ୍ତାରେ ସୁନା କିଣିବାର ସୁଯୋଗ ମିଳୁଥିଲା। ଆରବିଆଇ ୱେବସାଇଟ ଅନୁସାରେ, ଏସଜିବିର ମ୍ୟାଚୁରିଟି ୮ ବର୍ଷ ଥିଲା। ଏହାର ଧାର୍ଯ୍ୟ ସୁଧ ହାର ବାର୍ଷିକ ୨.୫ ପ୍ରତିଶତ ରହିଥିଲା। ଏହା ବ୍ୟତୀତ ୮ ବର୍ଷରେ ସୁନାର ମୂଲ୍ୟ ଯେତେ ବୃଦ୍ଧି ପାଇବ ତାହାର ଲାଭ ବି ନିବେଶକମାନେ ପାଉଥିଲେ। ଏସଜିବି ଅଧୀନରେ ମିଳୁଥିବା ସୁଦ୍ଧା ଉପରେ ଟିକସ ଲାଗୁଥିଲା। କିନ୍ତୁ ମ୍ୟାଚୁରିଟି ସମ୍ପୂର୍ଣ୍ଣ ହେବା ପରେ କ୍ୟାପିଟାଲ ଗେନ୍‌ ଟିକସ ଛାଡ଼ କରାଯାଉଥିଲା, ଯାହା ନିବେଶକମାନଙ୍କ ପାଇଁ ବଡ଼ ଲାଭଦାୟକ ସାବ୍ୟସ୍ତ ହେଉଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ