Friday, March 27, 2026
24.5 C
Odisha

    ତୁଷାରପାତ ଯୋଗୁଁ ମାତା ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ, ବାତିଲ ହେଲା ବିମାନ ସେବା

    ଆଗକୁ ପଢନ୍ତୁ

    ଜମ୍ମୁ କାଶ୍ମୀର : ପ୍ରବଳ ତୁଷାରପାତ ଯୋଗୁଁ ଜମ୍ମୁରେ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସମେତ ଅନ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଛି । ଏଥିସହ ଆଜି ପାହାଡ଼ି ଜିଲ୍ଲାଗୁଡ଼ିକରେ ସ୍କୁଲଗୁଡ଼ିକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ତୀର୍ଥଯାତ୍ରୀମାନଙ୍କୁ କଟରାରେ ରହିବାକୁ ପରାମର୍ଶ ଦିଆଯାଇଛି । ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ କୌଣସି ତୀର୍ଥଯାତ୍ରୀଙ୍କୁ ବେସ୍ କ୍ୟାମ୍ପରୁ ମନ୍ଦିର ଆଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି ।

    ଏହାରି ମଧ୍ୟରେ ଆଜି କାଶ୍ମୀରରୁ ସମସ୍ତ ବିମାନ ଚଳାଚଳ ବାତିଲ କରାଯାଇଛି । ତୁଷାରପାତ ବିମାନ ଚଳାଚଳ ପାଇଁ ରନୱେକୁ ଅସୁରକ୍ଷିତ କରିଛି । ଯାହାଫଳରେ ଏପରି ନିଷ୍ପତ୍ତି ନିଆଯାଇଥିବା ଅଧିକାରୀମାନେ କହିଛନ୍ତି । ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ବିମାନ କମ୍ପାନୀ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷ ପାଗ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ପରିସ୍ଥିତିରେ ଉନ୍ନତି ହେବା ଏବଂ ରନୱେ କାର୍ଯ୍ୟକ୍ଷମ ଘୋଷଣା ହେବା ମାତ୍ରେ ବିମାନ ଚଳାଚଳ ପୁଣି ଆରମ୍ଭ କରିବେ । ରାସ୍ତାଗୁଡ଼ିକୁ ସମ୍ପୂର୍ଣ୍ଣ ମରାମତି ଏବଂ ଯାତାୟାତ ପାଇଁ ସୁରକ୍ଷିତ ଘୋଷଣା ନହେବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଯାତ୍ରା ନ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ।

    ଅନ୍ୟପଟେ ଖରାପ ପାଗକୁ ଦୃଷ୍ଟିରେ ରଖି ପୋଲିସ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ହେଲ୍ପଲାଇନ୍ ନମ୍ବର ମଧ୍ୟ ଆରମ୍ଭ କରାଯାଇଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଏହି ପାଗ ସ୍ଥିତି ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    31 %
    1.3kmh
    0 %
    Fri
    39 °
    Sat
    39 °
    Sun
    40 °
    Mon
    41 °
    Tue
    38 °

    ସମ୍ବନ୍ଧିତ