Thursday, March 27, 2025
24.8 C
Odisha

ତେଲକୋଇରେ କ୍ରୋମାଇଟ ଖଣି

ଆଗକୁ ପଢନ୍ତୁ

ତେଲକୋଇ : ଓଡିଶାର ଖଣିଖାଦାନ ଭରା ଜିଲ୍ଲା ହେଉଛି କେନ୍ଦୁଝର । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୁହାପଥର ଖଣି ରହିଥିବା ବେଳେ ନିକଟରେ ତେଲକୋଇ ବାଂଶପାଳ ବ୍ଲକରେ ସୁନାଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ସରକାର ସୂଚନା ଦେଇଥିଲେ । ଏବେ ପୁଣି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ କ୍ରୋମାଇଟ ଖଣିର ସନ୍ଧାନ ମିଳିଛି । ଓଡ଼ିଶା ଖଣି ଓ ଭୂତତ୍ତ୍ୱ ବିଭାଗ ପକ୍ଷରୁ ତେଲକୋଇ ବ୍ଲକର ବଳଭଦ୍ରପୁର ପଞ୍ଚାୟତର ଅଜୟପୁର ଗାଁର କୁଟାରିନାଳି ସାହି ନିକଟ ପାହାଡ଼, ବଳଭଦ୍ରପୁର ଗାଁର ରେହେଡା ପାହାଡ଼, କାଟେଣି ଗାଁ ନିକଟ ପାହାଡ଼ରେ ପଥରକୁ ଫଟାଇ ତନଖି ପ୍ରକ୍ରିୟା ଚାଲୁଥିବା ଦେଖିବାକୁ ମିଳିଛି । ପଥର ଖଣ୍ଡ ସବୁକୁ ନମ୍ୱର ପକାଇ ସଂଗ୍ରହ କରାଯାଉଛି । ଭୂତତ୍ତ୍ୱ ବିଭାଗ ଅଧିକାରୀ ମାନେ ସପ୍ତାହେ ହେବ ବଳଭଦ୍ରପୁର ପଞ୍ଚାୟତର ବିସ୍ତୃତ ଅଞ୍ଚଳରେ କିଛି ଶ୍ରମିକଙ୍କୁ ନେଇ ପଥର ତନଖି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାକୁ ନେଇ ଅଞ୍ଚଳବାସୀ ବେଶ ଖୁସି ଅଛନ୍ତି । ଆଗକୁ ଖଣି କାର୍ଯ୍ୟକାରୀ ହେଲେ ଲୋକେ କାମ ପାଇବା ସହ ବେକାର ଯୁବକଯୁବତୀଙ୍କୁ କାମଧନ୍ଦା ମିଳିବ ବୋଲି ଆଶା ବାନ୍ଧିଛନ୍ତି । ଦାଦନ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଭୂତତ୍ତ୍ୱ ବିଭାଗ ଅଧିକାରୀ ଶୁଭକାନ୍ତ ସାହୁଙ୍କୁ ପଚାରିବାରୁ ସେ କହିଲେ ଏବେ ପଥର ସାମ୍ପୋଲ ସଂଗ୍ରହ ଚାଲିଛି, ଯଦି କ୍ରୋମାଇଟ ପର୍ସେଣ୍ଟେଜ ଠିକ୍ ଆସିଲା ତା’ହେଲେ ଆଗକୁ ସର୍ଭେ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
24.8 ° C
24.8 °
24.8 °
17 %
2kmh
0 %
Wed
25 °
Thu
38 °
Fri
40 °
Sat
41 °
Sun
40 °

ସମ୍ବନ୍ଧିତ