Saturday, March 22, 2025
23 C
Odisha

    ତେଲଙ୍ଗାନାରେ ଅନୁଷ୍ଠିତ ହେବ ୭୨ତମ ‘ ବିଶ୍ୱ ସୁନ୍ଦରୀ’ ପ୍ରତିଯୋଗିତା

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ୍ : ତେଲଙ୍ଗାନାରେ ଅନୁଷ୍ଠିତ ହେବ ୭୨ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା । ଆସନ୍ତା ମେ’ ୭ରୁ ୩୧ ପର୍ଯ୍ୟନ୍ତ ଏହି ସମାରୋହ ଚାଲିବ । ଯାହାକୁ ନେଇ ରାଜ୍ୟରେ ଜୋର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତବର୍ଷ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନଶନରେ ଅନୁଷ୍ଠିତ ହୋଇଥିଲା । ଏ ନେଇ ତେଲଙ୍ଗାନା ପର୍ଯ୍ୟଟନ ବିଭାଗ ଏବଂ ମିସ୍ ୱାର୍ଲ୍ଡ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କାର୍ଯ୍ୟକ୍ରମ ନେଇ ଖର୍ଚ୍ଚ ହେବାକୁ ଥିବା ମୋଟ ଟଙ୍କାର ୫୦% ସରକାର ବହନ କରିବେ ବୋଲି ଜଣାପଡ଼ିଛି । ପାଖାପଖି ୨ ୭ କୋଟି ଟଙ୍କାର ରାଜସ୍ୱ ଅର୍ଥ ଏ କାର୍ଯ୍ୟକ୍ରମରେ ବିନିଯୋଗ କରାଯିବ ।

    ଗତଥର ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଜିତିଥିଲେ, ଚେଜ୍ ରିପବ୍ଲିକର ପିଜକୋଭା । ତେବେ ପୁଣିଥରେ ଭାରତରେ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତା ଭାରତରେ ହେବା ନେଇ ଖୁସି ଜାହିର କରିଛନ୍ତି ପିସକୋଭା ।ସୂଚନା ଯୋଗ୍ୟ ବର୍ତ୍ତମାନ ସୁଦ୍ଧା ପ୍ରତିଯୋଗିତା ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନ ବଛାଯାଇପାରି ନାହିଁ ।୨୫ ଦିନ ଧରି ଚାଲିବାକୁ ଥିବା ଏ କାର୍ଯ୍ୟକ୍ରମରେ ମୋଟ ୫୪ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଖବର ପ୍ରକାଶ ପାଇଛି । ଏହା ଜରିଆରେ ରାଜ୍ୟର କଳା ସହସ୍କୃତି, ଐତିହ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

    ଏଥରକ ସୁନ୍ଦରୀ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ନନ୍ଦିନୀ ଗୁପ୍ତା । ୨୦୨୩ରେ ସେ ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ମୁକୁଟ ଜିତିସାରିଛନ୍ତି । ନନ୍ଦିନୀଙ୍କ ଘର ରାଜସ୍ଥାନରେ । ମୁମ୍ବାଇର ଲାଲା ଲଜପତ ରାୟ କଲେଜରେ ନନ୍ଦିନୀ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ କରୁଛନ୍ତି । ସେ କହିଛନ୍ତି, ଆଇ ଲଭ୍ ଇଣ୍ଡିଆନ୍ ସ୍ପାରକେଲ । ଗତବର୍ଷ ମଧ୍ୟ ବେଶ୍ ସୁନ୍ଦର ଭାବେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଭାରତରେ ବହୁତ ଗୁଡ଼ିଏ ଜିତିଷ ଦେଖିବା ଯୋଗ୍ୟ । ହିନ୍ଦୁ ମନ୍ଦିର ବୁଲିବା ପରେ ତାଙ୍କୁ ଆତ୍ମ ସନ୍ତୋଷ ଲାଭ ହୋଇଛି, ଯାହାର ଅନୁଭୂତି ବେଶ୍ ଚମକ୍ରାରୀ ବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    60 %
    0.8kmh
    93 %
    Sat
    33 °
    Sun
    33 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ