Friday, October 2, 2026
22.2 C
Odisha

    ତେଲେଙ୍ଗାନାରେ ଥିବା ରାସାୟନିକ କାରଖାନାରେ ବିସ୍ଫୋରଣ, ୮ଜଣ ଜୀବନ୍ତ ଦଗ୍ଧ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତେଲେଙ୍ଗାନାରେ ଥିବା ରାସାୟନିକ କାରଖାନାରେ ବିସ୍ଫୋରଣ। ଚାଲିଗଲା ୮ଜଣକ ଜୀବନ। ସୋମବାର ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରେ ଏକ ଔଷଧ ତିଆରି କାରଖାନାରେ ବିସ୍ଫୋରଣ ଘଟି ୮ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୬ଜଣ ଆହତ ହୋଇଛନ୍ତି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଅନେକ ଆହତଙ୍କୁ ବାହାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୂଚନା ମୁତାବକ, ସକାଳ ପ୍ରାୟ ୯ଟା ସମୟରେ ସାଙ୍ଗାରେଡ୍ଡି ଜିଲ୍ଲାର ଶିଳ୍ପାଞ୍ଚଳରେ ଅବସ୍ଥିତ ଏକ ରାସାୟନିକ କାରଖାନାରେ ଏହି ଦୁର୍ଘଟଣା ଘଟିଥିଲା। ଏହି ବିସ୍ଫୋରଣ ଯୋଗୁଁ ସିଗାଚି କେମିକାଲ୍ସ କମ୍ପ୍ଲେକ୍ସରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ୧୧୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଏବେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ରାସାୟନିକ କାରଖାନାରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। କାରଖାନାରେ ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନେ କାମ କରୁଥିଲେ ବୋଲି ଜଣାପଡ଼ିଛି।
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନାରେ ହୋଇଥିବା ଶ୍ରମିକଙ୍କ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦିଆଯିବା ସହ ଆହତଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ