Monday, October 5, 2026
23.3 C
Odisha

    ଆଜି ରାସନ କାର୍ଡ e-KYCର ଶେଷ ତାରିଖ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାସନ କାର୍ଡ e-KYC ଡେଡଲାଇନର ଆଜି ଶେଷ ଦିନ। ଯେଉଁ ହିତାଧିକାରୀ e-KYC କରି ନାହାନ୍ତି, ଆଜି କରି ଦିଅନ୍ତୁ। ଆଉ ଯେଉଁମାନେ ନ କରିବେ, ତାକୁ ସରେଣ୍ଡର କରାଗଲା ବୋଲି ଧରି ନିଆଯିବ।

    ଯେଉଁମାନେ ଆଜି e-KYC ନକରିବେ ୩ ମାସ କାର୍ଡ ସସପେଣ୍ଡ୍ ହେବ। ସେମାନଙ୍କୁ ଚାଉଳ ମିଳିବନି। ୩ ମାସ ଭିତରେ e-KYC କଲେ କାର୍ଡ ପୁନଃ ସଚଳ, ନଚେତ୍ କଟିଯିବ। ଏଯାବତ୍ ୨୦ ଲକ୍ଷ ୫୮ ହଜାର e-KYC କରି ନାହାନ୍ତି କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେବେ ଯେଉଁମାନେ ଆଜି e-KYC ନକରିବେ ସେମାନଙ୍କ ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ପରେ ଆଉ ବଢ଼ିବନି ସମୟସୀମା। ରାଜ୍ୟରେ ଆହୁରି ଲକ୍ଷାଧିକ ହିତାଧିକାରୀ e-KYC କରିନଥିଲେ। ସେମାନଙ୍କ ମଧ୍ୟରୁ କିଛି ଡେଡାଲାଇନ୍ ବୃଦ୍ଧି ପାଇଁ ଲିଖିତ ଭାବେ ଜଣାଇବା ପରେ ସରକାର ଗତ ଦିନରେ ସମୟସୀମାକୁ ସଂପ୍ରସାରଣ କରିଥିଲେ। ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ ଓ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ ଯୋଗାଇ ଦେବାର ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗତ ଜୁନ୍ ମାସରୁ ଅର୍ଥାତ୍ ୨୦୨୪ ମସିହା ଜୁନ୍ ମାସରୁ e-KYC ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାହାର ଡେଡଲାଇନ୍ ପ୍ରଥମେ ଡିସେମ୍ବର ୩୧, ଜାନୁଆରୀ ୧୫, ଜାନୁଆରୀ ୩୧ ପରେ ଫେବ୍ରୁଆରୀ ୧୫ ଯାଏଁ ଚତୁର୍ଥ ଥର ବୃଦ୍ଧି କରିଥିଲେ ସରକାର। ଏହାପରେ ଜୁନ୍ ୩୦ ଶେଷ ତାରିଖ ବୋଲି ପରେ ଆଉ ଥରେ ଘୋଷଣା କଲେ। ଯାହାର ସମୟ ସୀମା ଆଜି ସରୁଛି।

    ରାସନ କାର୍ଡରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକେ ଚଞ୍ଚକତା କରି ରାସନକାର୍ଡ ହାତେଇଛନ୍ତି। ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ନଫେରାଇଲେ କାର୍ଯ୍ୟାନୁଷ୍ଠାନ ହେବ। ରାଜ୍ୟରେ ପ୍ରାୟ ୮ ଲକ୍ଷ ଆୟକର ଦେଉଥିବା ଲୋକ କାର୍ଡ ନେଇଥିବା ଜଣାପଡ଼ିଛି। ଚାକିରି କରିଥିବା ବା ଆୟକର ଦେଉଥିବା ୧୨ ହଜାରରୁ ଅଧିକ ଅଯୋଗ୍ୟ ରାସନ କାର୍ଡ ଫେରାଇ ସାରିଲେଣି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ