Monday, October 13, 2025
20.7 C
Odisha

    ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁଲେ ସ୍ବାମୀ-ସ୍ତ୍ରୀ

    ଆଗକୁ ପଢନ୍ତୁ

    ପୁଣି ଏକ ଅଘଟଣ। ତ୍ରିଶୁଳିଆ(ସୁବାଷ ସେତୁ)ରୁ କାଠଯୋଡ଼ି ନଦୀକୁ ଡେଇଁ ପଡିଛନ୍ତି ସ୍ବାମୀ-ସ୍ତ୍ରୀ। ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି ନଦୀକୁ ଦମ୍ପତି ଡେଇଁପଡିଥିବା ଜଣାପଡିଛି। ତେବେ ଆଧାର କାର୍ଡରୁ ଜଣାପଡୁଛି ଯେ ଦମ୍ପତି ବାଙ୍କୀ ଡମପଡା ବ୍ଲକ ବାଆଁରା ରାମଚଣ୍ଡୀ ଗାଁର ପ୍ରଦ୍ୟୁମ୍ନ ଲେଙ୍କା ଓ ବର୍ଷା ଲେଙ୍କା।  ହେଲେ କଣ ପାଇଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ତାହା ଅସ୍ପଷ୍ଟ ରହିଛି। ତେବେ ଘଟଣା ନେଇ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି। ହେଲେ ବର୍ତ୍ତମାନ ନଦୀରେ ଉଛୁଳା ବନ୍ୟାଜଳ ଓ ରାତ୍ରିର ଅନ୍ଧକାରରେ ଏଯାଏଁ ଦମ୍ପତିଙ୍କର କୌଣସି ପତ୍ତା ମିଳିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.7 ° C
    20.7 °
    20.7 °
    88 %
    1kmh
    7 %
    Mon
    29 °
    Tue
    29 °
    Wed
    30 °
    Thu
    30 °
    Fri
    29 °

    ସମ୍ବନ୍ଧିତ