Tuesday, March 10, 2026
21.3 C
Odisha

    ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁଲେ ସ୍ବାମୀ-ସ୍ତ୍ରୀ

    ଆଗକୁ ପଢନ୍ତୁ

    ପୁଣି ଏକ ଅଘଟଣ। ତ୍ରିଶୁଳିଆ(ସୁବାଷ ସେତୁ)ରୁ କାଠଯୋଡ଼ି ନଦୀକୁ ଡେଇଁ ପଡିଛନ୍ତି ସ୍ବାମୀ-ସ୍ତ୍ରୀ। ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି ନଦୀକୁ ଦମ୍ପତି ଡେଇଁପଡିଥିବା ଜଣାପଡିଛି। ତେବେ ଆଧାର କାର୍ଡରୁ ଜଣାପଡୁଛି ଯେ ଦମ୍ପତି ବାଙ୍କୀ ଡମପଡା ବ୍ଲକ ବାଆଁରା ରାମଚଣ୍ଡୀ ଗାଁର ପ୍ରଦ୍ୟୁମ୍ନ ଲେଙ୍କା ଓ ବର୍ଷା ଲେଙ୍କା।  ହେଲେ କଣ ପାଇଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ତାହା ଅସ୍ପଷ୍ଟ ରହିଛି। ତେବେ ଘଟଣା ନେଇ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି। ହେଲେ ବର୍ତ୍ତମାନ ନଦୀରେ ଉଛୁଳା ବନ୍ୟାଜଳ ଓ ରାତ୍ରିର ଅନ୍ଧକାରରେ ଏଯାଏଁ ଦମ୍ପତିଙ୍କର କୌଣସି ପତ୍ତା ମିଳିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.3 ° C
    21.3 °
    21.3 °
    90 %
    1.6kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ